Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଭିଏମ୍‌ ବିବାଦ : ସ୍ପଷ୍ଟୀକରଣ ରଖିଲେ ନିର୍ବାଚନ କମିଶନ
ଆଜିର ଖବର

ଇଭିଏମ୍‌ ବିବାଦ : ସ୍ପଷ୍ଟୀକରଣ ରଖିଲେ ନିର୍ବାଚନ କମିଶନ

May 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
election commission give statement for EVM machine
election commission give statement for EVM machine

ଇଭିଏମ୍‌ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ବିବାଦ ଦେଖା ଦେବା ପରେ ଏନେଇ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେଇଛନ୍ତି। ମଙ୍ଗଳବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ, ଇଭିଏମ୍‌କୁ ନେଇ କୌଣସି ମନୁଷ୍ୟକୃତ ତ୍ରୁଟି ହୋଇନାହିଁ। ଆସନ୍ତା ମେ ୨୩ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାର ଥିବା ବେଳେ ବିଭିନ୍ନ ସ୍ଥାନରେ ଇଭିଏମ୍‌ ସ୍ଥାନାନ୍ତରଣ ବିନା ସୁରକ୍ଷା ଅଧିକାରୀଙ୍କ ସହାୟତାରେ ହେଉଛି ବୋଲି ଭିଡିଓମାନ ସୋସିଆଲ ନେଟଓ୍ବର୍କରେ ପ୍ରସାରିତ ହୋଇଥିଲା। ଘାଜିପୁର, ଚନ୍ଦୌଲି, ଡୋମାରିଆଗଞ୍ଜ ଏବଂ ଝାନ୍ସୀରେ ଏଭଳି କାଣ୍ଡ ହୋଇଥିବାର ସୂଚନା ମିଳିଥିଲା। ନିର୍ବାଚନ କମିଶନ କହିଥିଲେ, ଘାଜିପୁରରେ ଷ୍ଟ୍ରଙ୍ଗରୁମ୍‌ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଏହାକୁ ଜଗି ରହିଛନ୍ତି ତେଣୁ ଏପରି ଅଭିଯୋଗ ଅମୂଳକ ବୋଲି କହିଛନ୍ତି। ସେହିପରି ଚନ୍ଦୌଲୀରେ ମଧ୍ୟ ସମାନ ଭାବରେ ଇଭିଏମ୍‌ ଗୁଡିକ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବରେ ରହିଛି ବୋଲି କମିଶନ ପ୍ରକାଶ କରିଥିଲେ। ଝାନ୍ସୀରେ ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌ରେ ସୁରକ୍ଷିତ ରହିଥିବା ବେଳେ ଡୋମାରିଆଗଞ୍ଜରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ପୋଲିସ୍‌ କମିଶନର ଏହାର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଇଭିଏମ୍‌ ଏବଂ ଭିଭିପାଟ୍‌ ସମସ୍ତ ରାଜନୈତିକ ଦଳର କର୍ମୀଙ୍କ ସମ୍ମୁଖରେ ଭିଡିଓଗ୍ରାଫି ଜରିଆରେ ରଖାଯାଇଛି ତେଣୁ ଏଥିରେ ମଧ୍ୟ ହେରଫେର ହେବାର କୌଣସି ସମ୍ଭାବନା ନଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.