ଭୁବନେଶ୍ବର: ଆଜି ରାଜ୍ୟ ସରକାର ମନ୍ଦାକିନୀ କରଙ୍କୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷା ଭାବେ ନିଯୁକ୍ତ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଏହି ପଦବୀରେ ପୂର୍ବରୁ ସଂଧ୍ୟାବତୀ ପ୍ରଧାନ କାର୍ଯ୍ୟ କରୁଥିଲେ। ମନ୍ଦାକିନୀ ପୂର୍ବରୁ ଏହି ଆୟୋଗର ସଦସ୍ୟା ଥିଲେ।
ନିକଟରେ ରାଜ୍ୟ ସରକାର ବିଭିନ୍ନ ନିଗମର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ସେହିପରି କେତେକ ନେତାଙ୍କୁ ଥଇଥାନ କରିବା ପାଇଁ ତାଙ୍କୁ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି।