ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ରାଜନୈତିକ ଅସନ୍ତୋଷ କାରଣରୁ ପାକ୍ ନାଗରିକଙ୍କୁ ଭିସା ପ୍ରଦାନ ବନ୍ଦ କରିଛି ବାଂଲାଦେଶ। ବିଗତ ଏକ ସପ୍ତାହ ହେବ ପାକିସ୍ତାନରେ ଅବସ୍ଥାପିତ ବାଂଲାଦେଶ ଉଚ୍ଚାୟୁକ୍ତ କୌଣସି ପାକ୍ ନାଗରିକଙ୍କୁ ଭିସା ପ୍ରଦାନ କରୁନାହାନ୍ତି। ବାଂଲାଦେଶର ଉଚ୍ଚାୟୁକ୍ତ ପାକିସ୍ତାନରେ ରହୁଥିବା ବେଳେ ତାଙ୍କ ପରିବାର ବାଂଲାଦେଶରେ ରହିଛନ୍ତି। ଉଚ୍ଚାୟୁକ୍ତଙ୍କ ପରିବାରକୁ ପାକିସ୍ତାନ ପକ୍ଷରୁ ଭିସା ପ୍ରଦାନ କରାନଯିବା ପ୍ରତିବାଦରେ କୌଣସି ପାକ୍ ନାଗରିକଙ୍କୁ ଭିସା ପ୍ରଦାନ କରାଯାଉନାହିଁ ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି। ଦୁଇ ରାଷ୍ଟ୍ର ମଧ୍ୟରେ ୨୦୧୩ରୁ ରାଜନୈତିକ ଛକାପଞ୍ଝା ଜାରି ରହିଛି। ୨୦୧୩ରେ ବାଂଲାଦେଶ ୧୯୭୧ ଯୁଦ୍ଧ ବନ୍ଦୀଙ୍କୁ ଫାଶୀ ଦେବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ବିବାଦ ଲାଗି ରହିଛି। ଗତବର୍ଷ ଜନୈକ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କୁ ଭିସା ପ୍ରଦାନ କରିବାକୁ ଢାକା ପକ୍ଷରୁ ମନା କରାଯିବା ପରେ ଏହି ବିବାଦ ଏକ ନୂତନ ଦିଶା ନେଇଥିଲା।
Tags: