କଟକ: ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ଆଜିଠାରୁ ମିଳିବ ମାଗଣା ଟେଷ୍ଟିଂ ସୁବିଧା। ଏହି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଆରମ୍ଭ ହେଲେ ଏଣିକି ରୋଗୀମାନେ ଏମଆଇଆର ସିଟି ସ୍କାନ ପରି ବ୍ୟୟବହୁଳ ଟେଷ୍ଟିଂ ମାଗଣା କରିପାରିବେ।
ଏଥିସହିତ ମୁଖ୍ୟମନ୍ତ୍ରୀ ୨ଶହ ସାଧାରଣ ବେଡ ଏବଂ ୩୦ଟି ଆଇସିୟୁ ବେଡର ମଧ୍ୟ ଉଦଘାଟନ କରିବେ। ନୂତନ ପେଟ୍ ସ୍କାନ,ଏମଆରଆଇ ଓ ରେଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ। ଟେଷ୍ଟିଂ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ। ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ। ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା।