ରାଜ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ମତଦାନ ଶେଷ ହୋଇଛି। ଇଭିଏମ୍ରେ ବନ୍ଦ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ଭୋଟ ଗଣତି କରାଯିବ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି। ରାଜ୍ୟର ୬୩ ଗଣନା କେନ୍ଦ୍ର କରାଯାଇଛି ମୋଟ୍ ୨୫୦୦ ଟେବୁଲ ହୋଇଛି। ମୋଟ ୧୪ଟି ଟେବୁଲ୍ରେ ଲୋକସଭା ଓ ବିଧାନସଭା ଭୋଟ୍ ଗଣନା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ମେ ୨୩ ତାରିଖ ସକାଳ ୮ଟାରୁ ମତ ଗଣନା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ୍ ଗଣତି କରାଯିବ। ଏହାର ଅଧା ଘଣ୍ଟା ପରେ ଇଭିଏମ୍ ଗଣନା ଆରମ୍ଭ ହେବ। ଏହା ପରେ ଭିଭିପାଟ୍ ଗଣତି ଆରମ୍ଭ ହେବ। ଚଳିତ ଥର ପ୍ରାୟ ୧ ଲକ୍ଷ ପୋଷ୍ଟାଲ୍ ବାଲାଟ୍ ଭୋଟ୍ ହସ୍ତଗତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁର ନିର୍ବାଚନ ଫଳାଫଳ ଶୀଘ୍ର ଆସିବାର ସମ୍ଭାବନା ରହିଛି। କାରଣ ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଗଣତି ହେବ। ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।