
ପାଟନା: ବିହାରରେ ସିବିଆଇ, ଇଡି, ଆୟକର ଦ୍ୱାରା ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପାଟନାରେ ପୁଣି ଥରେ ଇନକମ ଟ୍ୟାକ୍ସ ବିହାରର ପ୍ରସିଦ୍ଧ ବିଲଡର ତଥା ବ୍ୟବସାୟୀ ଗବୁ ସିଂଙ୍କ ଘରେ ଚଢାଉ କରିଛି। ଏହି ଚଢାଉ ଅନେକ ସ୍ଥାନରେ ଏକାସାଙ୍ଗରେ କରାଯାଉଛି। ଗବୁ ସିଂ ମଧ୍ୟ ବିହାରର ଅନେକ ଶାସକ ଦଳର ନେତାଙ୍କ ସହ ଅତି ନିକଟତର ବୋଲି କୁହାଯାଉଛି। ଗବୁ ସିଂଙ୍କର ମଧ୍ୟ ଏକ ରାଜନୈତିକ ପୃଷ୍ଠଭୂମି ରହିଛି।
ବିଲଡର ତଥା ବ୍ୟବସାୟୀ ଗବୁ ସିଂଙ୍କ ଘର ପାଟଣାର ଶିବପୁରୀ ଅଞ୍ଚଳରେ। କୁହାଯାଉଛି ଯେ, ଏହି ଆୟକର ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇପାରେ। ଏହି କାର୍ଯ୍ଯାନୁଷ୍ଠାନ ପାଇଁ ଆୟକର ଦଳ ସକାଳେ ପହଞ୍ଚିଛନ୍ତି। ବର୍ତ୍ତମାନ ଚଢାଉ ଜାରି ରହିଛି। ସୂଚନା ମୁତାବକ ଝାଡଖଣ୍ଡ ଆୟକର ବିଭାଗର ଦଳ ମଧ୍ୟ ପାଟନାରେ ପହଞ୍ଚିଛି।
କୁହାଯାଉଛି ଯେ ଗବୁ ସିଂ ଜେଡିୟୁର ରାଷ୍ଟ୍ରୀୟ ସଭାପତି ଲଲନ ସିଂଙ୍କ ସହ ଅତି ନିକଟତର। ଗବୁ ସିଂ ଜେଡିୟୁ ସହିତ ଜଡିତ। ପାଟଣାର ବୋରିଙ୍ଗ ରୋଡରେ ଥିବା ଗବୁ ସିଂଙ୍କ କାର୍ଯ୍ୟାଳୟ ଗୋବିନ୍ଦା କଂଷ୍ଟ୍ରକସନରେ ଚଢାଉ କରାଯାଇଛି। ଲଲନ ସିଂଙ୍କ ନିକଟତର ହେବା ପ୍ରସଙ୍ଗରେ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନାହିଁ।