Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦମାନଙ୍କ ବୈଠକ 
ଆଜିର ଖବର

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦମାନଙ୍କ ବୈଠକ 

October 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସାଂସଦ ସୁରେଶ ପୂଜାରୀ, ନିରଞ୍ଜନ ବିଶି, ସପ୍ତଗିରି ଶଙ୍କର ଉଲ୍ଲାକା, ବସନ୍ତ କୁମାର ପଣ୍ଡା ଏବଂ ନୀତେଶ ଗଙ୍ଗଦେବ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ। ବଲାଙ୍ଗୀର ସାଂସଦଙ୍କ ପ୍ରତିନିଥି ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂହ ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା। ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା। କୋଭିଡ଼୧୯ ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ରେଳବାଇକୁ ମଧ୍ୟ ପ୍ରଶଂସା କରାଯାଇଥିଲା।

ସାଂସଦଙ୍କ ଦାବି ବ୍ୟତୀତ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକର ଯୋଜନା କରାଯାଉଛି ଏବଂ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ଅନେକ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି ଚାଲିଛି। ସମ୍ବଲପୁର ଷ୍ଟେସନ ସମେତ ରେଳ ମଣ୍ଡଳ ମଧ୍ୟରେ ନଅଗୋଟି ଷ୍ଟେସନର ଉନ୍ନତିକରଣ ପାଇଁ ଯୋଜନା କରାଯାଇଛି।

ସମ୍ବଲପୁର ରେଳ ଷ୍ଟେସନର ବିକାଶ ଶୀଘ୍ର ଶେଷ ହେବ। ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ୱେଟିଂ ହଲ୍ ଏବଂ ଭିଆଇପି ଲାଉଞ୍ଜ, ଆରସିସି ଡ୍ରେନ୍ ସହିତ ବିଟୁମେନ ଟପ୍ ରୋଡ୍, ପାଥୱେ, ପୋର୍ଟିକୋ କଭର୍ ଶେଡ୍, ଏଣ୍ଟ୍ରି ଏବଂ ଏକ୍ଜିଟ୍ ଗେଟ୍, ପାର୍କିଂ ଲଟ୍, ବିଦ୍ୟମାନ ଷ୍ଟେସନ ବିଲ୍ଡିଂର ନବୀକରଣ, ଷ୍ଟେସନ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ବଗିଚା ଏବଂ ଲ୍ୟାଣ୍ଡସ୍କିପିଙ୍ଗ କାର୍ଯ୍ୟ, ଷ୍ଟେସନର ଇଲେକ୍ଟ୍ରିକାଲ୍ କାମ ଯେପରିକି ସର୍କୁଲାର କ୍ଷେତ୍ରର ଆଲୋକ ଓ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଏବଂ ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ କାର୍ଯ୍ୟ ଗୁଡିକ ଅନ୍ତର୍ଭୁକ୍ତ କରାଯିବ।

ପୂର୍ବତଟ ରେଳପଥ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Latest News

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.