ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ନିମନ୍ତେ ପାକିସ୍ତାନ ମୋଇନ୍ ଉଲ୍ ହକ୍ଙ୍କୁ ଭାରତୀୟ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରିଛି । ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହକ୍ଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି । ହକ୍ଙ୍କ ସମେତ ଅନ୍ୟାନ୍ୟ ୧୨ ରାଷ୍ଟ୍ର ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ କରାଯାଇଛି । ନିକଟରେ ଭାରତରେ ନୂତନ ସରକାର ଗଠନ ହେବାକୁ ଯାଉଥିବାରୁ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ପାକିସ୍ତାନ ସରକାର । ଭାରତ ସମେତ ଚୀନ୍ ଏବଂ ଜାପାନ ପରି ପଡୋଶୀ ରାଷ୍ଟ୍ର ପାଇଁ ମଧ୍ୟ ନୂତନ ଉଚ୍ଚାୟୁକ୍ତ ନିଯୁକ୍ତ କରିଛି ପାକିସ୍ତାନ । ୧୯୮୭ରେ ପାକ୍ ବୈଦେଶିକ ମନ୍ତ୍ରାଳୟରେ ଯୋଗ ଦେଇଥିବା ହକ୍ ପୂର୍ବରୁ ବୈଦେଶିକ ମନ୍ତ୍ରାଳୟର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ନଘ୍ମାନା ହାସମୀ ଚୀନ୍ ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି । ସହକାରୀ ସଚିବ ଅମିନା ବାଲୋଚ୍ ମାଲେସିଆର ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ ହୋଇଛନ୍ତି ।
Tags: