Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସର୍ଵଭାରତୀୟ ସ୍ତରରେ ପ୍ରଥମ “ରୋଜଗାର ମେଳା”: ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ମିଳିବ ନିଯୁକ୍ତି ପତ୍ର
ଆଜିର ଖବର

ଆଜି ସର୍ଵଭାରତୀୟ ସ୍ତରରେ ପ୍ରଥମ “ରୋଜଗାର ମେଳା”: ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ମିଳିବ ନିଯୁକ୍ତି ପତ୍ର

October 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ “ରୋଜଗାର ମିଶନ” ସର୍ଵ ଭାରତୀୟ ସ୍ତରରେ ପ୍ରାରମ୍ଭ ହେଵାକୁ ଯାଉଛି। ଏହି ମିଶନ ଯୋଗୁଁ ଦେଶରେ ପ୍ରାୟ ଦଶ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି, ଯାହା ପର୍ଯ୍ୟାୟ କ୍ରମେ ଏହି ମିଶନ ମାଧ୍ୟମରେ ପୂରଣ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି। ଏହି ମିଶନକୁ ଲୋକାଭିମୁଖୀ କରିବା ପାଇଁ  ଆଜି ପ୍ରଥମ “ରୋଜଗାର ମେଳା” ସର୍ଵଭାରତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ମିଶନର ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ  ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

ସ୍ୱାଧୀନତାର ଏହି ଅମୃତ କାଳରେ ଆମ ରାଜ୍ୟରେ ମଧ୍ୟ ଓଡ଼ିଶା ଡାକ ପରିମଣ୍ତଳ ସଂଯୋଜନାରେ ‘ରାଜ୍ୟସ୍ତରୀୟ ରୋଜଗାର ମେଳା’ ଭୂବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ କୁଞ୍ଜ ସନ୍ନିକଟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଡାକ ବିଭାଗ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ ବିଭାଗ ଯଥା ଆଇ.ଆଇ.ଟି. ଭୁବନେଶ୍ବର, କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ବିଭାଗ, କେନ୍ଦ୍ରୀୟ ଅବକାରୀ ବିଭାଗ, ଏସ.ଏଲ.ବି.ସି. , ଇ.ଏସ.ଆଇ., କେନ୍ଦ୍ରୀୟ ଭୂତଳ ଜଳ ବିଭାଗ, ସୀମା ସୁରକ୍ଷା ବଳ, ଭାରତୀୟ ରେଳବାଇ ଆଦି ବିଭାଗ ସାମିଲ ହୋଇଛନ୍ତି।

ଏହି ରୋଜଗାର ମେଳାରେ ମାନ୍ୟବର କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବଂ ଅନ୍ୟ ଅତିଥି ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ବିଭାଗର ପ୍ରାୟ ଦୁଇ ଶହ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ।

ନିଯୁକ୍ତି ପତ୍ର ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.