Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ପରେ ଭୋଟ୍‌ଗଣତିକୁ ନେଇ ରାଜନୀତି : ସୁପ୍ରିମ୍‌କୋର୍ଟଙ୍କୁ ସମାଲୋଚନା କଲେ ଉଦିତ୍‌ ରାଜ
ଆଜିର ଖବର

ନିର୍ବାଚନ ପରେ ଭୋଟ୍‌ଗଣତିକୁ ନେଇ ରାଜନୀତି : ସୁପ୍ରିମ୍‌କୋର୍ଟଙ୍କୁ ସମାଲୋଚନା କଲେ ଉଦିତ୍‌ ରାଜ

May 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Is Supreme Court also involved in rigging, asks Congress's Udit Raj
Is Supreme Court also involved in rigging, asks Congress's Udit Raj

ନିର୍ବାଚନ ଫଳ ବାହାରିବାକୁ ଆଉ ଗୋଟିଏ ଦିନ । ତେବେ ଚଳିତ ଥର ନିର୍ବାଚନ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ରାଜନୀତି ବେଶ୍‌ ସରଗରମ ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ଇଭିଏମ୍‌ ଓ ଭିଭିପାଟ ଦ୍ବାରା ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ତେବେ ଏହାକୁ ବିରୋଧୀ ଦଳ ସ୍ବର ଉଠାଇଛି । ଏହାକୁ ନେଇ ଭାରତୀୟ ରାଜନୀତିରେ ହଲଚଲ୍‌ ସୃଷ୍ଟି ହୋଇଛି ।  ଭୋଟ ଗଣତି ବେଳେ ସବୁ ବୁଥ୍‌ର ଇଭିଏମ ଭୋଟ ସହିତ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣତି କରିବା ଲାଗି ବିରୋଧୀମାନେ କରୁଥିବା ଦାବି ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁପ୍ରିମକୋର୍ଟ ବିରୋଧୀ ଦଳଗୁଡ଼ିକର ଆବେଦନକୁ ଖାରଜ କରି ଗୋଟିଏ ବିଧାନସଭା କ୍ଷେତ୍ରର କେବଳ ୫ଟି ବୁଥର ଇଭିଏମ ସହ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣନା କରିବାକୁ ନିର୍ଦେଶ ଦେଇଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଉଦିତ୍‌ ରାଜ। ସୁପ୍ରିମ କୋର୍ଟ ବି ଏହି ନିର୍ବାଚନୀ କାରସାଦିରେ ସମ୍ପୃକ୍ତ ଅଛନ୍ତି ବୋଲି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଡାକ୍ତର ଉଦିତ ରାଜ ଅଭିଯୋଗ କରି ବିବାଦ ଘେରକୁ ଚାଲିଆସିଛନ୍ତି। ଏପରି କି ସେ ସୁପ୍ରିମକୋର୍ଟଙ୍କ ବିଶ୍ଵସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କାହିଁକି ଶତ ପ୍ରତିଶତ ଭିଭିପାଟ୍‌ର ଗଣତି ଚାହୁଁ ନାହାଁନ୍ତି । କ’ଣ ସିଏ ବି ଏହି ଠକାମୀରେ ସାମିଲ ଅଛନ୍ତି ବୋଲି ଉଦିତ ରାଜ ପ୍ରଶ୍ନ କରିଛନ୍ତି ।   ସେ ଆହୁରି ମଧ୍ୟ କହିଛନ୍ତି କି ନିର୍ବାଚନ ପ୍ରକ୍ରିୟାରେ ପ୍ରାୟ ତିନି ମାସ ସମସ୍ତ ସରକାରୀ କାମ ମାନ୍ଦା ପଡ଼ି ଯାଇଛି । ଯଦି ଭୋଟ ଗଣତି ପାଇଁ ଦୁଇ ଦିନ ସମୟ ଲାଗେ ତାହା ହେଲେ କ’ଣ ଫରକ୍‌ ପଡ଼ିବ ।  ସେ କୋର୍ଟଙ୍କ ସମେତ ନିର୍ବାଚନ ଆୟୋଗଙ୍କ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ବିକ୍ରି ହୋଇ ସାରିଛନ୍ତି ବୋଲି କହିଛନ୍ତି ଉଦିତ୍‌ । ସେଥିପାଇଁ ଦେଶରେ ୭ଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ କରାଗଲା । ଦେଶକୁ ବଞ୍ଚାଇବାକୁ ହେଲେ ଆନ୍ଦୋଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ଉଦିତ୍‌  ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.