ଭୁବନେଶ୍ବର: ଦୀପାବଳିରେ ପୁର ପଲ୍ଲୀ ବେଶ ଉତ୍ସବ ମୁଖର ହୋଇଉଠିଛି। ଦୀପର ଆଲୁଅରେ ଝଲସି ଉଠିଛି ଗାଁଠାରୁ ସହର ପର୍ଯ୍ୟନ୍ତ। ବାଣ ରୋଷଣୀରେ ଗର୍ଜି ଉଠିଛି ପରିବେଷ। ଏପରି ପରିସ୍ଥିତିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କିପରି ବାଦ ପଡନ୍ତା। ନବୀନ ନିବାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିଛନ୍ତି ଦୀପାବଳି।
ଦୀପାବଳି ଉପଲକ୍ଷେ ନବୀନ ନିବାସକୁ ଦୀପରେ ସଜେଇ ଦିଆଯାଇଛି। ପାହାଚଠାରୁ ଆରମ୍ଭ କରି ରାସ୍ତା ପାଚେରୀ ପର୍ଯ୍ୟନ୍ତ ଦୀପ ଆଳୁଅରେ ଝଲସି ଉଠିଛି। ତାହାର ଭିତରେ ଦେଇ ନବୀନ ପଟ୍ଟନାୟକ ଚାଲିଚାଲି ଆସୁଥିବାର ଦୃଶ୍ୟ ବେଶ ମନୋରମ ହୋଇଉଠିଛି। ଏଥିସହିତ ତାଙ୍କର ବ୍ୟକ୍ତିଗତ ସଚିବ ବା 5ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ମଧ୍ୟ ସେ ସେହି ଦୀପଆଲୁଅ ଭିତରେ ବୁଲୁଥିବାର ଦେଖାଯାଇଛି।
ଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।