ଭାରତ ଏବଂ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏକ ଆଇଡି ବିସ୍ଫୋରଣ ଘଟିଛି । ଏହି ଆଇଡି ବିସ୍ଫୋରଣରେ ଜଣେ ଭାରତୀୟ ଯବାନଙ୍କ ପ୍ରାଣ ହାନି ଘଟିଥିବା ବେଳେ ୭ ଜଣ ଯବାନ ଆହତ ହୋଇଛନ୍ତି । ବୁଧବାର ୨୨ମେ ରେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ମେନ୍ଧର ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏହି ବିସ୍ଫୋରଣ ଘଟିଥିଲା । କିଛିଦିନ ପୂର୍ବେ ଗଡିଚିରୋଲିରେ ନକ୍ସଲ୍ ମାନଙ୍କ ଦ୍ବାରା ଘଟାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ୧୫ଜଣ ଯବାନ ପ୍ରାଣ ହରାଇଥିଲେ ।