Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବାରବାଦର ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ବିପକ୍ଷ ରାଜନୈତିକ ଦଳ : ନକ୍‌ଭୀ
ଆଜିର ଖବର

ପରିବାରବାଦର ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ବିପକ୍ଷ ରାଜନୈତିକ ଦଳ : ନକ୍‌ଭୀ

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
naqvi slams opposition
naqvi slams opposition

ବିଜେପି ନେତା ତଥା ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ମୁଖ୍‌ତାର ଆବାସ ନକ୍‌ଭୀ ଇଭିଏମକୁ ନେଇ ବିପକ୍ଷ ରାଜନୈତିକ ଦଳଙ୍କୁ ଟାର୍ଗେଟ୍‌ କରରିଛନ୍ତି । କଂଗ୍ରେସ ଏବଂ ଅନ୍ୟାନ୍ୟ ବିପକ୍ଷ ରାଜନୈତିକ ଦଳକୁ ଆକ୍ରମଣ କରି ବୁଧବାର ନକ୍‌ଭୀ କହିଛନ୍ତି, ପରିବାରବାଦ ରାଜନୀତିର ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ରାଜନୀତିରେ ବିଜୟ ଏବଂ ପରାଜୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ସଦୃଶ, ତେଣୁ ଗଣତନ୍ତ୍ରରେ ବିଶ୍ବାସ ରଖୁଥିବା ଲୋକ କଦାପି ଇଭିଏମ୍‌କୁ ଦୋଷ ଦେଇ ଖସିଯିବାକୁ ଚେଷ୍ଟା କରିବେ ନାହିଁ । ବର୍ତ୍ତମାନ ଯେଉଁ ରାଜନୈତିକ ଦଳ ଗୁଡିକ ଇଭଏମ୍‌କୁ ନେଇ କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି ନିର୍ବାଚନ ପୂର୍ବରୁ ସଂସଦ ମଧ୍ୟରେ ଅନେକ ଥର ଏହା ସମ୍ପର୍କରେ ଆଲୋଚନା ହୋଇଛି । ମାତ୍ର ବିପକ୍ଷ ଦଳ ସର୍ବଦା ଅଭିଯୋଗ ଉଠାଇବା ବ୍ୟତିତ କେବେବି ଠୋସ୍‌ ପ୍ରମାଣ ପ୍ରଦାନ କରି ପାରି ନାହାନ୍ତି । ବିଭିନ୍ନ ଏକ୍ସିଟ୍‌ ପୋଲ୍‌ରେ ବର୍ତ୍ତମାନ ଜନସାଧାରଣଙ୍କ ମତକୁ ନେଇ ଏନ୍‌ଡିଏକୁ ବହୁମତ ମିଳିବା ପରେ ପରିବାରବାଦ ରାଜନୀତିର ପରାଜୟକୁ ଇଭିଏମ୍‌ର ଦୋଷ ଦେଇ ଖସି ଯିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Latest News

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.