Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ପ୍ରଦୂଷଣ ସ୍ଥିତି ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗଙ୍କ ସମୀକ୍ଷା ବୈଠକ
ଆଜିର ଖବର

ଦିଲ୍ଲୀ ପ୍ରଦୂଷଣ ସ୍ଥିତି ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗଙ୍କ ସମୀକ୍ଷା ବୈଠକ

October 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି।

ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ  ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି, କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ। ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି। ୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ୍‌ ୭ ହଜାର ୩୬ଟି ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି। ଏହା ଗତବର୍ଷ ସମାନ ଅବଧିରେ ହୋଇଥିବା ୬ ହଜାର ୪୬୩ଟି ଫସଲ ଅବଶେଷ ଜଳାଇବା ଘଟଣା ତୁଳନାରେ ଅଧିକ।

ଆହୁରି ଚଳିତ ଧାନ ଉତ୍ପାଦନ ଋତୁରେ ପଞ୍ଜାବର ୬ଟି ଜିଲ୍ଲା ଯଥା ଅମୃତସର, ଫିରୋଜପୁର, ଗୁରଦାସପୁର, କପୁରତଲା, ପଟିଆଲା ଓ ତର୍ଣ୍ଣ ତରନରେ ୭୦% ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି। ପଞ୍ଜାବରେ ମୋଟ୍‌ ୭ହଜାର ୩୬ଟି ଘଟଣା ମଧ୍ୟରୁ ଏହି ଛଅଟି ଜିଲ୍ଲାରେ ୪ହଜାର୮୯୯ଟି ଘଟଣା ଘଟିଛି। ଏଗୁଡ଼ିକର ପାରମ୍ପରିକ ଭାବେ ହଟସ୍ପଟ୍‌ ଜିଲ୍ଲା ହୋଇଥିବାରୁ ଗତ ବର୍ଷ ଏସବୁ ଜିଲ୍ଲାରେ ୬୫% ଫସଲ ଅବଶେଷ ଜାଳିବା ଘଟଣା ଘଟଥିଲା। ଗତ ଛଅ ଦିନ ମଧ୍ୟରେ ଏସବୁ ଜିଲ୍ଲାରେ ୬୧% ଫସଲ ଜାଳିବା ଘଟଣା ଦେଖିବାକୁ ମିଳିଛି।

ଆୟୋଗଙ୍କ ଦ୍ବାରା ବିକଶିତ କରାଯାଇଥିବା ଏକ ବିସ୍ତୃତ ବ୍ୟବସ୍ଥା ଏବଂ ବିଗତ ଧାନ ଅମଳ ଋତୁର ଅଭିଜ୍ଞତାକୁ ଆଧାର କରି ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା ଯାହାର ନିମ୍ନୋକ୍ତ ପ୍ରମୁଖ କାର୍ଯ୍ୟ ଲକ୍ଷ୍ୟ ରହିଥିଲା:

  • ଅନ୍ୟ ଫସଲ ଅମଳ କରିବା, କମ ନଡ଼ା ଥିବା ଏବଂ ଆଗୁଆ ପାଚି ଯାଉଥିବା ଧାନ ଅମଳ କରିବା
  • ବାୟୋ ଡିକମ୍ପୋଜର ସହିତ ଜମିରେ ଫସଲ ଅବଶେଷ ପରିଚାଳନା
  • ଅନ୍ୟତ୍ର ଫସଲ ଅବଶେଷ ପରିଚାଳନା
  • ଆଇଇସି କାର୍ଯ୍ୟ
  • ଅନୁଧ୍ୟାନ ଓ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ

 ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଫସଲ ଅବଶେଷ ଜଳାଇବା ଘଟଣାର ନିରାକରଣ ଓ ନିୟନ୍ତ୍ରଣ ପାଇଁ ପଞ୍ଜାବ ସରକାରଙ୍କ ପ୍ରସ୍ତୁତି ଦିଗରେ ରାଜ୍ୟ ପ୍ରଶାସନିକ କଳକୁ ସଚେତନ କରିବା ଉଦ୍ଦେଶ୍ୟରେ ୨୦୨୨ ଧାନ ବୁଣା ଋତୁର ଯଥେଷ୍ଟ ପୂର୍ବରୁ, ଅର୍ଥାତ୍‌ ଫେବୃଆରୀ ୨୦୨୨ରୁ ଆୟୋଗ କାର୍ଯ୍ୟ କରି ଆସୁଛନ୍ତି। କାର୍ଯ୍ୟ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ, ପରିବେଶ, ଶକ୍ତି ଓ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମଧ୍ୟ ଆଲୋଚନା କରି ଆସୁଛନ୍ତି।

ଫସଲ ଅବଶେଷ ଜଳାଇବାର ନିରାକରଣ ପାଇଁ ବିଭିନ୍ନ ସମୟରେ ପଞ୍ଜାବ ସରକାରଙ୍କ ସହ ଆୟୋଗ ନଅଟି ବୈଠକ କରିଛନ୍ତି। ମୁଖ୍ୟ ଶାସନ  ସଚିବଙ୍କ ସହିତ ମଧ୍ୟ ପାଞ୍ଚଟି ବୈଠକରେ ଆଲୋଚନା ହୋଇଛି। ବୈଠକରେ ନିମ୍ନୋକ୍ତ ପ୍ରମୁଖ ବିଷୟ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଛି।

ଫସଲ ଅବଶେଷ ପରିଚାଳନା (ସିଆରଏମ) ଯୋଜନା ଅଧୀନରେ ୨୦୨୨-୨୩ ବର୍ଷରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଅବଣ୍ଟନ କରାଯାଇଥିବା ପାଣ୍ଠି ଜରିଆରେ ଅତିରିକ୍ତ କୃଷି ଯନ୍ତ୍ରାଂଶ ତୁରନ୍ତ କିଣିବା।

କଷ୍ଟମ ହାୟାରିଂ ସେଣ୍ଟର ଓ ସମବାୟ ସମିତିରେ ଉପଲବ୍ଧ ବ୍ୟବସ୍ଥାର ମ୍ୟାପିଂ।

ଗ୍ରାମ/କ୍ଲଷ୍ଟର ସ୍ତରରେ ବିଳମ୍ବିତ ଅମଳ କାର୍ଯ୍ୟସୂଚୀ ସମେତ ସିଆରଏମ ବ୍ୟବସ୍ଥାର ସର୍ବୋତ୍ତମ ଉପଯୋଗ।

ଫସଲ ଅବଶେଷ ପରିଚାଳନାରେ ସହାୟତା ପାଇଁ ବାୟୋ-ଡିକମ୍ପୋଜର ପ୍ରୟୋଗ ବୃଦ୍ଧି।

ଏକ୍ସ-ସିଟୁ ଉପଯୋଗ ଦିଗରେ ଯୋଗାଣ ଶୃଙ୍ଖଳୁ ସୁଦୃଢ଼ କରିବା ଲାଗି ସୁବିଧା ପ୍ରଦାନ କରିବା।

ଅନୁଧ୍ୟାନ ଓ ନିରୀକ୍ଷଣ କାମକୁ ତ୍ବରାନ୍ବିତ କରିବା।

ଫସଲ ଅବଶେଷ ପରିଚାଳନା ଏବଂ ସବୁ କୃଷି ଅଗ୍ନି ଘଟଣାରେ ଉପଯୁକ୍ତ କାର୍ଯ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କ ସହିତ ନିବିଡ଼ ଭାବେ  କାର୍ଯ୍ୟ କରୁଛି। ହଟସ୍ପଟ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ସମୀକ୍ଷା ବୈଠକ କରାଯାଉଛି। ରାଜ୍ୟ ସରକାରଙ୍କର ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର ୨୦୨୨ ଅବଧି ମଧ୍ୟରେ ହରିୟାଣାରେ ମୋଟ୍‌ ୧୪୯୫ଟି ଧାନ ଫସଲ ଅବଶେଷ ଜାଳିବା ଘଟଣା ଘଟିଛି। ଏହା ପୂର୍ବବର୍ଷ ଘଟିଥିବା ୨,୦୧୦ଟି ଧାନ ଅବଶେଷ ଜାଳିବା ଘଟଣା ଠାରୁ ୨୬% ପ୍ରତିଶତ କମ।

ହରିୟାଣାର ମୁଖ୍ୟ ଶାସନ ସଚିବ ଏବଂ ଉପ ଆୟୁକ୍ତଙ୍କ ସହିତ ଗତ ସପ୍ତାହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଫସଲ ଅବଶେଷ ଜାଳିବା ଘଟଣାକୁ ରାଜ୍ୟରେ ଆହୁରି ନିୟନ୍ତ୍ରଣକୁ ଆଣିବା ଲାଗି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପରାମର୍ଶ ଦେଇଛି।

ଦିଲ୍ଲୀ ପ୍ରଦୂଷଣ ସ୍ଥିତି ବାୟୁ ଗୁଣବତ୍ତା ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Latest News

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025

ହିଣ୍ଡାଲକୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.