Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଭିପାଟ୍‌ ଗଣନା ପାଇଁ ବିଳମ୍ବିତ ହୋଇ ପାରେ ନିର୍ବାଚନ ଫଳାଫଳ
ଆଜିର ଖବର

ଭିଭିପାଟ୍‌ ଗଣନା ପାଇଁ ବିଳମ୍ବିତ ହୋଇ ପାରେ ନିର୍ବାଚନ ଫଳାଫଳ

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
election result may get late
election result may get late

ଆସନ୍ତା କାଲି ଅର୍ଥାତ ମେ’ ୨୩ରେ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ୫୪୨ ଲୋକସଭା ଆସନ ପାଇଁ ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ। ପ୍ରଥମ ଥର ପ୍ରତି ବିଧାନସଭା ଆସନର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ତେଣୁ ଗୁରୁବାର ରାତି ୧୨ଟା ସୁଦ୍ଧା ମତ ଗଣନା ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ରାତି ୧୨ଟା ସୁଦ୍ଧା ଫଳାଫଳର ଚିତ୍ର ସ୍ପଷ୍ଟ ନହୁଏ ତେବେ ୨୩ରେ ନୁହେଁ ୨୪ରେ ଫଳାଫଳ ପ୍ରକାଶ ପାଇବ।
ଚଳିତ ଥର ୫୪୨ ଲୋକସଭା ଆସନରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୭ଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ ୯୦.୯୯ କୋଟି ଭୋଟରଙ୍କ ମଧ୍ୟରୁ ପାଖାପାଖି ୬୭.୧୧% ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଭାରତର ଲୋକସଭା ନିର୍ବାଚନ ଇତିହାସରେ ଏହି ନିର୍ବାଚନରେ ସବୁଠୁ ଅଧିକ ମତଦାନ ହୋଇଛି। ଲୋକସଭା ନିର୍ବାଚନରେ ପ୍ରଥମ ଥର ଇଲେକ୍ଟ୍ରୋନିକ ଭୋଟିଂ ମେସିନ ସହ ଭିଭିପାଟ ସ୍ଲିପ୍‍ ମିଳା ଯାଉଛି। ଚଳିତ ଥର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ପ୍ରତି ଲୋକସଭା ଆସନରେ ୫ରୁ ୬ଟି ଲେଖାଏଁ ବିଧାନସଭା ଆସନ ରହିଛି। ତେଣୁ ପ୍ରତି ଲୋକସଭା ଆସନ ପାଇଁ ଅନ୍ୟୁନ୍‍ ୩୦ରୁ ୩୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ଏହି ଆଧାରରେ ଦେଖାଗଲେ ୫୪୨ ଲୋକସଭା ଆସନ ପାଇଁ ୧୬ରୁ ୧୯ ହଜାର ବୁଥ୍‍ର ଇଭିଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‍ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବାରେ ଅନ୍ୟୁନ୍‍ ୪ରୁ ୫ ଘଣ୍ଟା ସମୟ ଲାଗିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025
Latest News

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.