୨୦୧୯ କ୍ରିକେଟ ବିଶ୍ବକପ୍ ପାଇଁ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିଛି। ଭାରତୀୟ ଖେଳାଳି ମାନେ ଦିଲ୍ଲୀ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ବୁଧବାର ଇଂଲଣ୍ଡରେ ପହଞ୍ଚିବା ପରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ମେ ୨୫ ଏବଂ ମେ ୨୮ରେ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦଳ ପ୍ରଥମ ଅଭ୍ୟାସ ମ୍ୟାଚ୍ ଏବଂ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ। ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍ ଦଳ କାର୍ଡିଫ୍ରେ ଖେଳିବ। ଭାରତୀୟ ଦଳ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ନିଜର ତୃତୀୟ ବିଶ୍ବକପ୍ ଖେଳୁଥିବା କୋହଲି ଏହାକୁ ସବୁଠାରୁ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବୋଲି ଅଭିହିତ କରିଛନ୍ତି। ପ୍ରତ୍ୟୋକ ଦଳ ଅନ୍ୟ ଦଳଙ୍କ ବିପକ୍ଷରେ ମ୍ୟାଚ୍ ଖେଳୁଥିବାରୁ ସମସ୍ତ ଦଳଙ୍କ ନିକଟରେ ନକ୍ ଆଉଟ୍ ଖେଳିବାର ସୁଯୋଗ ରହିଛି ବୋଲି କହିଛନ୍ତି କୋହଲି। ବିମାନ ବନ୍ଦର ଛାଡୁଥିବା ସମୟର ଫଟୋ ଭାରତୀୟ ଖେଳାଳି ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଭାରତୀୟ କ୍ରିକେଟ ଦଳର ବିଶ୍ଵକପ ପାଇଁ ଇଂଲଣ୍ଡ ଯାତ୍ରା
Published:
May 22, 2019, 5:13 pm IST
Tags: