ଆସନ୍ତାକାଲି ଚଳିତ ଲୋକସଭା ନିର୍ବାଚନର ଫଳାଫଳ ବାହାରିବାକୁ ରହିଥିବାବେଳେ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ବିଶ୍ବସନୀୟତା ତଥା କାର୍ଯ୍ୟ ପ୍ରତି ପ୍ରଶ୍ନ ଉଠାଇଛି। ଭିଭିପାଟ୍ ଗଣନାକୁ ନେଇ ବିରୋଧୀ ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିବାବେଳେ ଏହାକୁ ନିର୍ବାଚନ ଆୟୋଗ ଅଗ୍ରାହ୍ୟ କରିଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଆରୋପ ଲଗାଇବା ସହିତ ଇଭିଏମ୍ ବିଜେପି ପାଇଁ ‘ଇଲୋକଟ୍ରୋନି ଭିକ୍ଟି ମେସିନ୍’ ହୋଇଛି ବୋଲି କହିଛି। ପାର୍ଟିର ପ୍ରବକ୍ତା ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଆମର ଦୁଇଟି ଦାବିକୁ ଗ୍ରହଣ କରିନାହାନ୍ତି। ମତଗଣନା ପୂର୍ବରୁ ଭିଭିପାଟ୍ ମେଳନକୁ ଖାରଜ୍ କରିବାର ଆଧାର କ’ଣ ବୋଲି ପ୍ରଶ୍ନ କରିଛନ୍ତି ଅଭିଷେକ ମନୁ। ଏବେ ନିର୍ବାଚନ ଆଚାର ସଂହିତା ଏବେ ନିର୍ବାଚନ ପ୍ରଚାର ସଂହିତାରେ ପରିବର୍ତ୍ତନ ହୋଇଛି। ଏହା ସାମ୍ବିଧାନିକ ସଂସ୍ଥା ପାଇଁ କଳା ଦିବସ। ପକ୍ଷପାତିତା ଏବେ ସଂସ୍ଥାର ସ୍ବତନ୍ତ୍ରତା ହୋଇଯାଇଛି। ମଙ୍ଗଳବାର ଦିନ ୨୨ଟି ବିରୋଧୀ ଦଳର ପ୍ରମୁଖ ନେତୃବୃନ୍ଦମାନେ ନିର୍ବାଚନ ଆୟୋଗଙ୍କୁ ମତଗଣନା ପୂର୍ବରୁ ଭିଭିପାଟ ମେଳନର ଦାବି କରିବା ସହିତ ଇଭିଏମ୍ ସହିତ ଏହାର ସମାନତା ନ ହେଲେ ଏହି ସମ୍ବନ୍ଧିତ ବିଧାନସଭା କ୍ଷେତ୍ରର ଭିଭିପାଟ୍କୁ ମେଳନ କରାଯାଉ ବୋଲି ଦାବି କରିଥିଲେ।
ବିଜେପି ପାଇଁ ଇଲକୋଟ୍ରୋନିକ୍ ଭିକ୍ଟ୍ରି ମେସିନ୍ ହୋଇଛି ଇଭିଏମ୍ : ଅଭିଷେକ ମନୁ ସିଂଘଭୀ
Published:
May 22, 2019, 6:35 pm IST
Tags: