ଆଜି ଆସିବ ନିର୍ବାଚନୀ ଫଳାଫଳ, ୮ ଟାରୁ ଆରମ୍ଭ ହେଲା ଭୋଟ ଗଣତି

Published: May 23, 2019, 8:07 am IST
election counting begins from 8.00 am

୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବାକୁ ଯାଉଛି। ୫୪୨ଟି ଲୋକସଭା ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ଲୋକସଭା ନିର୍ବାଚନ ଫଳାଫଳ ସହିତ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‌ର ୪୧୪ ବିଧାନସଭା ଆସନର ଫଳାଫଳ ମଧ୍ୟ ଜଣାପଡିବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେଇଯାଇଛି। ଚଳିତ ବର୍ଷର ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଜଣାପଡିବ ପ୍ରାର୍ଥୀଙ୍କ ଭାଗ୍ୟ। ଇଭିଏମ୍‌ରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି ହେବ। ଦେଶର ୫୪୨ ଟି ଲୋକସଭା ଆସନର ଫଳାଫଳ ଆଜି ଜଣା ପଡିବ। ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିବ। ଚଳିତ ବର୍ଷ ଏପ୍ରିଲ୍‌ ୧୧ ରୁ ମେ ୧୯ ପର୍ଯ୍ୟନ୍ତ ଚାଲିଥିବା ନିର୍ବାଚନ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଓଡିଶାର ୧୪୭ ବିଧାନସଭା ଆସନ, ଆନ୍ଧ୍ର ପ୍ରଦେଶର ୧୭୫ ଆସନ, ସିକ୍କିମ୍‌ର ୩୨ ଆସନ ଏବଂ ଅରୁଣାଚଳ ପ୍ରଦେଶର ୬୦ ବିଧାନ ସଭା ଆସନର ଫଳାଫଳ ପ୍ରକାଶ ପାଇବ।

Related posts