Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତର୍କତା ସଚେତନତା ସପ୍ତାହ: ପୂର୍ବତଟ ରେଳପଥ ପକ୍ଷରୁ ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ
ଆଜିର ଖବର

ସତର୍କତା ସଚେତନତା ସପ୍ତାହ: ପୂର୍ବତଟ ରେଳପଥ ପକ୍ଷରୁ ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ

November 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ “ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଯାଇଅଛି ଯେଉଁଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଆଇଏଏସ୍ (ଅବସରପ୍ରାପ୍ତ) ଯୋଗଦେଇ କହିଛନ୍ତି ଯେ ଆମର ଦୈନନ୍ଦିନ ଜୀବନରେ ଅଖଣ୍ଡତା ଏବଂ ସଚ୍ଚୋଟତାର ଗୁରୁତ୍ୱାରୋପ କରାଯିବ ଦରକାର। ସେ ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତାର ସଂଜ୍ଞା, କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରଭାବ ଏବଂ ଆମର ଦୈନନ୍ଦିନ ଜୀବନରେ ଏହାକୁ କିପରି ଅନୁସରଣ କରାଯିବ ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କାର୍ଯ୍ୟ ପରିବେଶରେ ଅଖଣ୍ଡତା ସହ ଆତ୍ମନିର୍ଭରଶୀଳ ହେବା ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଭିନ୍ନ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ମଧ୍ୟ ଏହି ବିଷୟରେ ସେମାନଙ୍କର ବକୃତା ରଖି କହିଥିଲେ ଯେ ଜଣେ କିପରି ଇଚ୍ଛାଠାରୁ ଉର୍ଦ୍ଧ୍ୱକୁ ଯାଇ ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବା ଦରକାର ଯାହାଦ୍ୱାରା ଏକ ବିକଶିତ ରାଷ୍ଟ୍ର ପାଇଁ ଏକ ଦୁର୍ନୀତି ମୁକ୍ତ ଭାରତ ଅପରିହାର୍ଯ୍ୟ ହେବ।

ପୂର୍ବରୁ, ପୂର୍ବ ତଟ ରେଳପଥ ପକ୍ଷରୁ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ ହୋଇଯାଇଅଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଏହା ଦ୍ୱାରା ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ଏବଂ ଉଭୟ ହିତାଧିକାରୀ ଓ ରେଳବାଇର ଅଭିବୃଦ୍ଧିରେ ସହାୟକ ହେବ।

ଆଲୋଚନା ସମୟରେ ହିତାଧିକାରୀଙ୍କ ସହ କାରବାର ଏବଂ ଅଭିଯୋଗକୁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଭାବରେ ସମାଧାନ କରିବାରେ ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।  ଏହା ବ୍ୟତୀତ, ଦ୍ରବ୍ୟ ଏବଂ ସେବା କ୍ରୟ କରିବା ସହିତ ଚୁକ୍ତିନାମା କରିବା ସମୟରେ ଅତ୍ୟନ୍ତ ସ୍ୱଚ୍ଛତା ଆଣିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧି ମାନଙ୍କ ସହିତ ହିତାଧିକାରୀ ଏବଂ ରେଳ ଉପଭୋକ୍ତା ଯଥା ଇସ୍ପାତ କାରଖାନା, ବନ୍ଦର, ଯୋଗାଣକାରୀ, ବ୍ୟାଙ୍କ ଏବଂ କଣ୍ଟ୍ରାକ୍ଟରଙ୍କ ପ୍ରତିନିଧୀମାନେ ଏହି ଇଣ୍ଟରାକ୍ଟିଭ୍ ଅଧିବେଶନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ। ପୂର୍ବତଟ ରେଳପଥ ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଏହି ଅଧିବେଶନକୁ ସଭାପତିତ୍ୱ କରିଥିଲେ।

ପୂର୍ବ ତଟ ରେଳପଥ ସତର୍କତା ସଚେତନତା ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.