Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜୁରାଟ ନିର୍ବାଚନ: ବିଧାୟକ କିମ୍ବା ସାଂସଦ ସମ୍ପର୍କୀୟଙ୍କୁ ଟିକେଟ୍ ଦେବ ନାହିଁ ବିଜେପି
ଆଜିର ଖବର

ଗୁଜୁରାଟ ନିର୍ବାଚନ: ବିଧାୟକ କିମ୍ବା ସାଂସଦ ସମ୍ପର୍କୀୟଙ୍କୁ ଟିକେଟ୍ ଦେବ ନାହିଁ ବିଜେପି

November 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ଦଳର କୌଣସି ବିଧାୟକ କିମ୍ବା ସାଂସଦଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେବ ନାହିଁ। ରାଜ୍ୟ ବିଜେପି ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଭରୁଚ ବିଜେପି ସାଂସଦ ମନସୁଖ ଭସାଭାଙ୍କ ଝିଅ ଟିକେଟ ମାଗିଥିଲେ ମଧ୍ୟ ବିଜେପି ସ୍ପଷ୍ଟ କରିଛି ଯେ, କୌଣସି ସାଂସଦ କିମ୍ବା ବିଧାୟକଙ୍କ ସମ୍ପର୍କୀୟଙ୍କୁ ବିଧାନସଭା ଟିକେଟ ଦିଆଯିବ ନାହିଁ।

ମାନସୁଖ ଭସାଭା ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଦଳର ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି ବୋଲି ଭସାଭା କହିଛନ୍ତି। ଦଳ ଯାହାକୁ ଟିକେଟ୍ ଦେବ, ସେମାନଙ୍କର ବିଜୟ ନିଶ୍ଚିତ କରିବାକୁ ଦଳ କାର୍ଯ୍ୟ କରିବ। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଗୁଜୁରାଟରେ ଟିକେଟ୍ ସ୍ଥିର କରିବାକୁ ତୃତୀୟ ଦିନ ପାଇଁ ରାଜ୍ୟ ନିର୍ବାଚନ କମିଟିର ବୈଠକ ଚାଲିଛି।

ପ୍ରକାଶ ଯେ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ। ଏଥି ସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।

ଗୁଜୁରାଟ ନିର୍ବାଚନ ବିଜେପି ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026

ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 9, 2026

ସେପ୍ଟେମ୍ବର ୯ ତାରିଖ: କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2026

୧୧ରେ ଆଉ ଏକ ଲଘୁଚାପ ସମ୍ଭାବନା: ଆଜିଠୁ ବଢ଼ିବ ବର୍ଷାର ପରିମାଣ

September 8, 2026
Latest News

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026

ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 9, 2026

ସେପ୍ଟେମ୍ବର ୯ ତାରିଖ: କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2026

୧୧ରେ ଆଉ ଏକ ଲଘୁଚାପ ସମ୍ଭାବନା: ଆଜିଠୁ ବଢ଼ିବ ବର୍ଷାର ପରିମାଣ

September 8, 2026

ଦ୍ରୁତ ବାଇକ୍ ଚଳାଇବାକୁ ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.