Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଓପି ୨୭ ଠାରେ ଭାରତୀୟ ପାଭିଲିୟନକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ
ଆଜିର ଖବର

ସିଓପି ୨୭ ଠାରେ ଭାରତୀୟ ପାଭିଲିୟନକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ

November 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ୟୁଏନଏଫସିସିସି (ସିଓପି ୨୭) ଠାରେ ଭାରତୀୟ ପାଭିଲିୟନକୁ ଉଦଘାଟନ କରିଛନ୍ତି। ସିଓପି ୨୭ ସମ୍ମିଳନୀ ଆଜି ଠାରୁ ଇଜିପ୍ଟର ଶର୍ମ ଏଲ ଶେଖ୍‌ ଠାରେ ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ ବା ସିଓପି ୨୭ ରବିବାର ଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତୀୟ ପାଭିଲିୟନକୁ ସବୁ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇ ଶ୍ରୀ ଯାଦବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପାଇଁ ଏକ ସରଳ ସମାଧାନ ଯୋଗାଇ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ବିଚାର ହେଉଛି ତୃଣମୂଳ ସ୍ତରରୁ, ବ୍ୟକ୍ତିଗତ ସ୍ତରରୁ ଜଳବାୟୁ ପରିବର୍ତ୍ତନ ମୁକାବିଲା ଆରମ୍ଭ ହୋଇଥାଏ। ତେଣୁ ଭାରତୀୟ ପାଭିଲିୟନର ବିଷୟବସ୍ତୁ ରଖାଯାଇଛି ଲାଇଫ-ପରିବେଶ ପାଇଁ ଜୀବନଶୈଳୀ। ଏହି ଅବସରରେ ଶ୍ରୀ ଯାଦବ ସିଓପି ଯୁବ ଗବେଷକମାନଙ୍କୁ ସମ୍ମାନିତ କରିଥିଲେ । ଏହି ଭାରତୀୟ ଗବେଷକମାନେ ସକାରାତ୍ମକ ଜଳବାୟୁ ପରିବର୍ତ୍ତନ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ଶ୍ରୀ ଯାଦବ କହିଥିଲେ ଯେ, ସିଓପି ସମୟରେ, ଭାରତୀୟ ପାଭିଲିୟନ ସବୁ ଦେଶର ପ୍ରତିନିଧିମାନଙ୍କୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସରଳ ଜୀବନଶୈଳୀ ଏବଂ ବ୍ୟକ୍ତିଗତ ଅଭ୍ୟାସ ସମ୍ପର୍କରେ ସଚେତନ କରାଇବ। ଏହିସବୁ ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଆମେ ପୃଥିବୀକୁ ସୁରକ୍ଷିତ ରଖିପାରିବା ବୋଲି ଶ୍ରୀ ଯାଦବ କହିଥିଲେ। ଜଳବାୟୁ ମୁକାବିଲା ଲାଗି ପାଣ୍ଠି ଯୋଗାଣ ସଂକ୍ରାନ୍ତରେ ଆଲୋଚନା ଦିଗରେ ବିଶେଷ ପ୍ରଗତି ହାସଲ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଲାଇଫ ପରିଯୋଜନାର ପରିକଳ୍ପନା କରି କହିଥିଲେ, ‘‘ମିଶନ ଲାଇଫ ପୃଥିବୀର ସୁରକ୍ଷା ପାଇଁ ଜନସାଧାରଣଙ୍କ ଶକ୍ତିକୁ ଯୋଡ଼ିଥାଏ ଏବଂ ସେମାନଙ୍କୁ ପରିବେଶର ସୁରକ୍ଷା ଏବଂ ପ୍ରାକୃତିକ ସମ୍ବଳର ସଦୁପଯୋଗ ପାଇଁ ଶିକ୍ଷା ଦେଇଥାଏ। ମିଶନ ଲାଇଫ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ଗଣତାନ୍ତ୍ରିକ କରିଥାଏ ଯେଉଁଥିରେ ପ୍ରତ୍ୟେକ ଲୋକ ନିଜର ସାମର୍ଥ୍ୟ ଅନୁଯାୟୀ ଯୋଗଦାନ କରିପାରିବେ। ମିଶନ ଲାଇଫ ବିଶ୍ବାସ କରିଥାଏ ଯେ ଏକ ଛୋଟିଆ ପ୍ରୟାସ ଏକ ବଡ଼ ପ୍ରଭାବ ପକାଇପାରିବ।’’

ସିଓପି ୨୭ ଠାରେ ଲାଇଫ-ଜୀବନଶୈଳୀ ପାଇଁ ପରିବେଶ ବିଷୟବସ୍ତୁକୁ ନେଇ ଭାରତ ନିଜର ପାଭିଲିୟନକୁ ପ୍ରସ୍ତୁତ କରିଛି। ବିଭିନ୍ନ ଅଡିଓ-ଭିଜୁଆଲ, ଲୋଗୋ, ଥ୍ରୀଡି ମଡେଲ, ସେଟଅପ୍‌, ଡେକୋର ଓ ସାଇଡ୍‌ ଇଭେଣ୍ଟ ଜରିଆରେ ଲାଇଫର ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି।

ଏହି ପାଭିଲିୟନରେ ଦର୍ଶାଯାଇଛି ଯେ ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତା ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଗ୍ରହଣ କରି ଆସିଛି। ପରିବେଶ ଅନୁକୂଳ ଜୀବନ ନିର୍ବାହ ଭାରତୀୟ ସଂସ୍କୃତିରେ ନିହିତ ରହିଛି। ଦୈନନ୍ଦିନ ଜୀବନର କେତେକ କାର୍ଯ୍ୟରେ ପ୍ରାକୃତିକ ପରିବେଶ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି। ଏସବୁ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ସହାୟକ ହୋଇପାରିବ। ଭାରତୀୟ ପାଭିଲିୟନରେ ‘‘ସର୍ବେ ଭବନ୍ତୁ ସୁଖିନଃ’’ (ସମସ୍ତେ ଖୁସିରେ ରୁହନ୍ତୁ) ବାର୍ତ୍ତା ଦିଆଯାଇଛି।

ଭୂପେନ୍ଦ୍ର ଯାଦବ ସିଓପି ୨୭ର ଉଦଘାଟନୀ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ବ୍ରିଟେନ୍‌ ଠାରୁ ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଥିଲା ଇଜିପ୍ଟ।

ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ରେ ବ୍ରିଟେନର ଗ୍ଲାସଗୋ ଠାରେ ଅନୁଷ୍ଠିତ ସିଓପି ୨୬ ସମ୍ମିଳନୀରେ ଲାଇଫ-ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ମେଣ୍ଟ (ପରିବେଶ ପାଇଁ ଜୀବନଶୈଳୀ) ପାଇଁ ବାର୍ତ୍ତା ଦେଇଥିଲେ।

୨୦୨୨ରୁ ୨୦୨୭ ମଧ୍ୟରେ ୧୦୦ କୋଟିରୁ ଅଧିକ ଭାରତୀୟଙ୍କ ସମେତ ଅନ୍ୟ ବିଶ୍ବ ନାଗରିକମାନଙ୍କୁ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ମିଳିତ ପ୍ରୟାସରେ ସାମିଲ କରିବା ମିଶନ ଲାଇଫର ଉଦ୍ଦେଶ୍ୟ। ୨୦୨୮ ସୁଦ୍ଧା ଭାରତର ୮୦% ଗ୍ରାମ ଏବଂ ସହରାଞ୍ଚଳକୁ ପରିବେଶ ଅନୁକୂଳ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଭାରତୀୟ ପାଭିଲିୟନ ଭୁପେନ୍ଦ୍ର ଯାଦବ ସିଓପି ୨୭
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.