କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ମାଗଣା ପ୍ରବେଶ

Published: Nov 8, 2022, 6:25 am IST

ଭୁବନେଶ୍ୱର: ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟକୁ ସାଇତି ରଖିବା ତଥା ଏହାର ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ସରକାର ଭୁବନେଶ୍ୱରର ଶିଳ୍ପୀ ବିହାର, ପୋଖରୀପୁଟଠାରେ ‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ ସ୍ଥାପନ କରିଛନ୍ତି । ଓଡିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟ ସବୁକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏବଂ ଏହି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ତତ୍‌ସମ୍ବନ୍ଧୀୟ ଗବେଷଣାଲବ୍ଧ ଜ୍ଞାନକୁ ଲିପିବଦ୍ଧ କରି ଦେଶ ଓ ବିଦେଶର ପରିଦର୍ଶକମାନଙ୍କୁ ନିଜ କଳାକୃତି ପ୍ରତି ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ ।

ବର୍ତ୍ତମାନ ଓଡିଶାର କାରିଗର, ବୁଣାକାର, ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ତଥା ପଦ୍ମ ପୁରସ୍କାରପ୍ରାପ୍ତ କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ସରକାର ଏକ ବିଶେଷ ଘୋଷଣା କରିଛନ୍ତି । ସେମାନଙ୍କ ପାଇଁ କଳାଭୂମିରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଏହି ଅବସରରେ ଓଡ଼ିଶାର କାରିଗର ଓ ବୁଣାକାରମାନଙ୍କୁ ଅନୁରୋଧ କରାଯାଉ ଅଛିକି ସେମାନେ ନିଜର ପରିଚୟ ପତ୍ର ଦେଖାଇ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଓଡିଶାର କାରିଗର ଓ ବୁଣାକାରମାନଙ୍କର କଳାତ୍ମକ ଏବଂ ଗବେଷଣାତ୍ମକ ମନୋବୃତ୍ତିକୁ ପ୍ରୋତ୍ସାହନ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।

Related posts