
ଭୁବନେଶ୍ବର: ଶୀତକୁ ନେଇ ପାଣିପାଗ ବିଭାଗ ତରଫରୁ ଆସିଛି ଏକ ନୂଆ ସୂଚନା। ତାହା ହେଲା ଯେ, ଏଣିକି ରାଜ୍ୟର ପାରଦ ହ୍ରାସ ପାଇବ। ଭୁବନେଶ୍ବର ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୧୨ ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ।
ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନାହିଁ। ହେଲେ ଏହାର ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
Tags: ଓଡିଶାରେ ଶୀତ, ଶୀତ