ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

Published: Nov 9, 2022, 5:34 pm IST

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଧାମନଗର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କ ବିଧାନସଭା କାର୍ଯ୍ୟାଳୟରେ ଏହି ଶପଥପାଠ କରାଇଛନ୍ତି।

ଆଜି ସୂର୍ଯ୍ୟବଂଶୀ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ମୁଖ୍ୟ ସଚେତକ ମୋହନ ମାଝୀ ଓ ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ମହାପାତ୍ରଙ୍କଗହଣରେ ବିଧାନସଭାରେ ପହଁଚିଥିଲେ।ସେ ପ୍ରଥମେ ବିଧାନସଭା ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ମାଲ୍ୟାର୍ପଣ କରିଥିଲେ।

ଏହାପରେ ସେ ବିଧାନସଭା ପାହାଚରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ଶପଥ ନେବା ପରେ ସେ କହିଛନ୍ତି ଯେ, ଧାମନଗରରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଜଣେ ସେବକ ହିସାବରେ ନିଶ୍ଚୟ ନିର୍ବାହ କରିବି।

Related posts