ପାଟନାସାହିବ୍‌ରୁ ଶତ୍ରୁଙ୍କୁ ହରାଇଲେ ରବିଶଙ୍କର ପ୍ରସାଦ

Published: May 23, 2019, 5:47 pm IST
rabisankhar prasad win patna sahib seat

ସପ୍ତଦଶ ଲୋକସଭାର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇଭିଏମ୍‌ରେ ସିଲ୍‌ ହୋଇଥିବା ନେତାଙ୍କ ଭାଗ୍ୟର ଫଳାଫଳ ଆଜି ଜଣାପଡ଼ିବ। ପାଖାପାଖି ୪୦ ଦିନ ଧରି ଚାଲିରହିଥିବା ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଫଳାଫଳ  ଆସିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ । ତେବେ ଏପର୍ଯ୍ୟନ୍ତ ଆସିଥିବା ଫଳାଫଳକୁ ଦେଖିଲେ ମୋଦି ସରକାର ପୁନର୍ବାର ସଫଳତାର ସହ ଶାସନ କ୍ଷମତାକୁ ଆସିବାକୁ ଯାଉଛନ୍ତି। ପାଟନାସାହିବ ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ରବିଶଙ୍କର ପ୍ରସାଦ। ରବିଶଙ୍କରଙ୍କ ବିପକ୍ଷରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା। ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ।

Related posts