Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ପୁଣିଥରେ ଜୁନାଗଡ଼ ବାସୀଙ୍କ ଉଦ୍ୟମ ଆରମ୍ଭ
ଆଜିର ଖବର

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ପୁଣିଥରେ ଜୁନାଗଡ଼ ବାସୀଙ୍କ ଉଦ୍ୟମ ଆରମ୍ଭ

November 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବହୁ ପୁରାତନ ରାଜଧାନୀ ଜୁନାଗଡ଼କୁ ଜିଲ୍ଲା ଓ ଜୁନାଗଡ଼କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିରର ବୈଠକ ଜୁନାଗଡ଼ ଆରଏମସି ସଭା ଗୃହ ଠାରେ ଅନୁଷ୍ଠିତ ହୋଇଛି।

ସ୍ୱାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ କଳାହାଣ୍ଡି ନାଗପୁର ପ୍ରେସିଡେନ୍ସି ସାମିଲ ଥିଲା ଓ ପ୍ରବର୍ତ୍ତିତ ସମୟରେ କଳାହାଣ୍ଡି ରାୟପୁର ପ୍ରେସିଡେନ୍ସିରେ ସାମିଲ ହେଲା। ସ୍ଵାଧୀନତା ପରେ କଳାହାଣ୍ଡି ଜିଲ୍ଲାକୁ ବଲାଙ୍ଗୀର ଜିଲ୍ଲାରେ ସାମିଲ କରାଯାଇଥିଲା। ୧୯୪୯ ମସିହା ନଭେମ୍ବର ୧ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା ଓ ସମ୍ବଲପୁର ଜିଲ୍ଲା ରେ ମିଶିଥିବା ନୂଆପଡା ଜିଲ୍ଲାକୁ ଅଲଗା କରି କଳାହାଣ୍ଡି ଜିଲ୍ଲାରେ ସାମିଲ କରାଯାଇଥିଲା। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ନୂଆପଡା ଜିଲ୍ଲା ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା। ବର୍ତ୍ତମାନ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଲୋକେ ଗୋଟିଏ ସାଂସଦକୁ ନିର୍ବଚିତ କରନ୍ତି।

ଗତ ୩୦୩ ବର୍ଷ ତଳେ ଗଡ଼ଜାତ ସମୟରେ କଳାହାଣ୍ଡିର ରାଜଧାନୀ ଜୁନାଗଡ଼ ଥିଲା। ଏହି ଜୁନାଗଡ଼ ସେତେବେଳେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା। ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ। ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା। ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି।

ଜୁନାଗଡ଼ ବ୍ଲକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୪୦୩ ଜଣ ଅଛନ୍ତି। ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି ଓ ରାଜ୍ୟର ଶ୍ରେଷ୍ଠ ଏନଏସି ଭାବେ ଆଗରୁ ୩ ଥର ପୁରସ୍କୃତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇଛି। ସେହିଭଳି ଜୁନାଗଡ଼ ସହରକୁ ରେଳପଥ, ଜାତୀୟ ରାଜପଥ ସଂଯୋଗ ହୋଇଛି। ଜୁନାଗଡ଼ ସହର ଥୁଆମୂଳ ରାମପୁର, ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ। ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ ଟି ବ୍ଲକର ଲୋକେ, ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି। ସମସ୍ତ କ୍ଷେତ୍ରରେ ଆଗରେ ଥିବା ଯୋଗୁଁ ଜୁନାଗଡ଼ ବ୍ଲକ ଓ ଏନଏସି , ଧର୍ମଗଡ଼ ବ୍ଲକ ଓ ଏନଏ ସି, କଲମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ବ୍ଲକ ତଥା ଥୁଆମୂଳ ରାମପୁର ବ୍ଲକ ର ୧୫ ଟି ପଞ୍ଚାୟତକୁ ନେଇ ଜୁନାଗଡ଼ ଜିଲ୍ଲା ମାନ୍ୟତା ଓ ଜୁନାଗଡ଼ କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଦାବୀ କରିଛନ୍ତି।

ଜିଲ୍ଲା ଦାବୀ ନେଇ ଜୁନାଗଡ଼ ବାସୀ ପକ୍ଷରୁ ଗତ ୨ ବର୍ଷ ତଳେ ବନ୍ଦ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳକୁ ଚିଠି ମଧ୍ୟ ପ୍ରେରଣ କରାଯାଇଥିଲା। ବର୍ତ୍ତମାନ ପୁଣିଥରେ ଜୁନାଗଡ଼ ବାସୀ ଏକଜୁଟ ହୋଇ ଜିଲ୍ଲା ମାନ୍ୟତା ଦାବୀ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।ଆଜି ଆରଏମସି ଠାରେ ବସିଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଜିଲ୍ଲା ଦାବିକୁ ଦୃଢ ଉପସ୍ଥାପନା କରାଯାଇଛି। ଆଗାମୀ ଦିନରେ ପୁଣି ଥରେ ଏହି ହକକୁ ପାଇବା ପାଇଁ ଜୋରଦାର ଲଢେଇ କରାଜୀବବୋଲି ମତପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ନାଗରିକ କମିଟିରୁ ଅଶୋକ ପାତ୍ର, ବରିଷ୍ଠ ନାଗରିକ ସଙ୍ଗଠନର ଇଶ୍ଵର ପୁଝାରୀ, ଉତ୍କଳମଣି ସେବାସଂସ୍ଥାର କୈଳାସ ରାଉତ, ବ୍ୟବସାୟୀ ସଂଘର ପ୍ରଭାତ ଦାସ, ଓକିଲ ସଂଘ ନରେନ୍ଦ୍ର ଖିତି, ସାମ୍ବାଦିକ ସଂଘର ଦୁଷ୍ମନ୍ତ କୁମାର ପଣ୍ଡା, ଆଦିତ୍ୟ ମହାନ୍ତି, ରଜନୀ ମିଶ୍ର, ରଘୁମଣି ପୁଝାରୀ, ମନୋଜ ଧଙ୍ଗଡାମାଝୀ ଏବଂ ନାଗରିକ କମିଟି ର ଦାମୋଦର ବେହେରା, କୁମ୍ବଳେ ପାଣିଗ୍ରାହୀଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।

ଜିଲ୍ଲା ମାନ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

ଚାପରେ ପାକିସ୍ତାନୀ ଖେଳାଳି: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ବିଶେଷ ବ୍ୟକ୍ତିଙ୍କୁ କଲା ସାମିଲ

September 21, 2025

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସେବା ପଖୱାଡା ଦିବସ ଓ ମାରାଥନ ରାଲି ଅନୁଷ୍ଠିତ

September 21, 2025
Latest News

ନାକଟିଦେଉଳ ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ

September 21, 2025

ଚାପରେ ପାକିସ୍ତାନୀ ଖେଳାଳି: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ବିଶେଷ ବ୍ୟକ୍ତିଙ୍କୁ କଲା ସାମିଲ

September 21, 2025

ଗମ୍ଭାରୀମୁଣ୍ଡା ଠାରେ “ମାଗଣା ସ୍ବାସ୍ଥ୍ୟ ସେବା ଶିବିର” ଆୟୋଜିତ

September 21, 2025

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.