Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ଆନ୍ଦୋଳନ ପାଇଁ ସଜବାଜ: କଳାବ୍ୟାଜ ପରିଧ୍ୟାନର ଆଜି ଦ୍ଵିତୀୟ ଦିନ
ଆଜିର ଖବର

ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ଆନ୍ଦୋଳନ ପାଇଁ ସଜବାଜ: କଳାବ୍ୟାଜ ପରିଧ୍ୟାନର ଆଜି ଦ୍ଵିତୀୟ ଦିନ

November 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ। ଓଡିଶାରେ ଦୀର୍ଘ ଦିନ ଧରି ପ୍ରଚଳିତ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କରିଥିଲେ। କିନ୍ତୁ ରାଜ୍ୟର ବିଭିନ୍ନ ଅଫିସ ଦପ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ଏହି ବର୍ଗର କର୍ମଚାରୀ ମାନଙ୍କୁ ମଧ୍ୟ ସମୟାନୁକ୍ରମେ ଉପଯୁକ୍ତ ନ୍ୟାୟ ଦେବେ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି। କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ, ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

ଏହି ପ୍ରତିବାଦରେ ରାଜ୍ୟ ଓ ସମସ୍ତ ଜିଲ୍ଲାର ପ୍ରତିନିଧି ମାନଙ୍କୁ ନେଇ ତା ୦୮-୧୧-୨୦୨୨ ରେ ଭୁବନେଶ୍ଵର ଠାରେ ଏକ ସଭା ଅନୁଷ୍ଠିତ ହୋଇ ଏଥିରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯଦି ଆସନ୍ତା ଏକ ସପ୍ତାହ ଭିତରେ କିଛି ନିଷ୍ପତ୍ତି ନିଆନଯାଏ, ତେବେ ଆସନ୍ତା ନଭେମ୍ବର ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅଫିସ ଦପ୍ତରରେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ସହ ପ୍ରତିବାଦର ସ୍ଵର ଉଠାଇବେ ଏବଂ ନଭେମ୍ବର ୨୦ ତାରିଖ ଭିତରେ କିଛି ନିଷ୍ପତ୍ତି ନନେଲେ ତେବେ ୨୬ ତାରିଖରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର କର୍ମଚାରୀ ମହାତ୍ମା ଗାନ୍ଧୀ ମାର୍ଗରେ ତାଙ୍କର ଶକ୍ତି ପ୍ରଦର୍ଶନ କରିବେ ବୋଲି ସଭାପତି ସଞ୍ଜୟ ପଟ୍ଟନାୟକ କହିଛନ୍ତି।

ଆଜି ସଚିବାଳୟ ପଛ ପାଖ ଇଷ୍ଟେଟ କୋର୍ଟ ପ୍ରାଙ୍ଗଣରେ ଏକ ଶହରୁ ଉର୍ଦ୍ଧ୍ଵ କର୍ମଚାରୀ କଳାବ୍ୟାଜ ପରିଧାନ କରି ପ୍ରତିବାଦର ସ୍ଵର ଗଣତାନ୍ତ୍ରିକ ଉପାୟରେ ଅବଲମ୍ବନ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତିକୁ ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଅବହେଳାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ପ୍ରକାଶ ପାଇଛି, ତାହା ପରବର୍ତ୍ତୀ କାଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ସରକାରଙ୍କୁ ସତର୍କ କରାଯାଇଛି।

ଆଜିର ଏହି ସଭାରେ ସଚିବାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ, ସଭାକୁ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026
Latest News

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.