Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସରେ ଉଦବୋଧନ ଦେଲେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର
ଆଜିର ଖବର

ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସରେ ଉଦବୋଧନ ଦେଲେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅୂପୂର୍ବ ଚନ୍ଦ୍ର ବୁଧବାର ଦିନ କହିଛନ୍ତି ଯେ, ଭାରତରେ ୧୨୦ କୋଟି ମୋବାଇଲ ଫୋନ ବ୍ୟବହାରକାରୀ ଏବଂ ୬୦କୋଟି ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ରହିଛନ୍ତି। ଇଣ୍ଟରନେଟ ଡାଟା ଦର କମ ଥିବା କାରଣରୁ ଉପଭୋକ୍ତା ବା ୟୁଜରମାନେ ମୋବାଇଲ ଫୋନ ଡିଭାଇସ ମାଧ୍ୟମରେ ଅଧିକ ପରିମାଣରେ ସୂଚନା ଏବଂ ମନୋରଞ୍ଜନ ସେବା ଉପଭୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ କାରଣରୁ ଭାରତରେ ଲୋକଙ୍କ ନିକଟରେ ଅଧିକ ଦ୍ରୁତ ଗତିରେ ଏବଂ ଗଭୀର ଭାବେ ସୂଚନା ପହଞ୍ଚି ପାରୁଛି। ଏହାର ପ୍ରଭାବ ଏପରିକି ପ୍ରାକୃତିକ ଦୁର୍ବିପାକରେ ଜୀବନହାନିକୁ ହ୍ରାସ କରିପାରିଛି। ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ଆବୁଧାବି ଠାରେ ଆୟୋଜିତ ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସକୁ ସମ୍ବୋଧିତ କରି ସଚିବ ଶ୍ରୀ ଚନ୍ଦ୍ର ଏହା କହିଛନ୍ତି।

ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସ ଆୟୋଜନ କରୁଥିବା କାରଣରୁ ସଚିବ ଶ୍ରୀ ଚନ୍ଦ୍ର ସଂଯୁକ୍ତ ଆରବ ଅମୀରତନ୍ତ୍ର ସରକାରଙ୍କୁ ପ୍ରଶଂସା କରିଥିଲେ। ଆୟୋଜକ ଦେଶ ସହିତ ଭାରତର ଅନେକ ସମାନତା ରହିଛି ବୋଲି ସେ କହିଥିଲେ। ଭାରତରେ ଗଣମାଧ୍ୟମ ପରିଦୃଶ୍ୟ ସମ୍ପର୍କରେ ଉପସ୍ଥିତ ଶ୍ରୋତାମାନଙ୍କୁ ସଚିବ ଶ୍ରୀ ଚନ୍ଦ୍ର ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ପାରମ୍ପରିକ ଗଣମାଧ୍ୟମ ଥିବା ଏକ ଦେଶ। ଭାରତରେ ବିଭିନ୍ନ ଭାଷାରେ ୮୯୭ରୁ ଅଧିକ ଟିଭି ଚାନେଲ, ୩୫୦ରୁ ଅଧିକ ନ୍ୟୁଜ୍‌ ଚାନେଲ, ୮୦ ହଜାରରୁ ଅଧିକ ସମ୍ବାଦପତ୍ର ପ୍ରକାଶିତ ଓ ପ୍ରସାରିତ ହେଉଛି। ତେବେ ସମ୍ପ୍ରତି ନ୍ୟୁ ମିଡିଆ ଏବଂ ନୂଆ ପିଢ଼ିର ଗଣମାଧ୍ୟମ ପ୍ରତି ଯୁବପିଢ଼ି ଅଧିକ ଆକୃଷ୍ଟ ହେବା ସହିତ ଏଥିରୁ ସୂଚନା ସଂଗ୍ରହ କରୁଛନ୍ତି। ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ଯେ ଏହି ନୂଆ ଗଣମାଧ୍ୟମ ବିଶ୍ବସନୀୟତା ପ୍ରତି ଆହ୍ବାନ ସୃଷ୍ଟି କରିବା ସହିତ ସରକାରଙ୍କ ପାଇଁ ମଧ୍ୟ ସମସ୍ୟା ଛିଡ଼ା କରିଛି।

ସେ ଆହୁରି କହିଥିଲେ ଯେ ସରକାର ଏହି ଧାରା ଉପରେ ନିୟନ୍ତ୍ରଣ କରିବା ଲାଗି ଉପାୟ କରିବା ଆବଶ୍ୟକ ଥିଲା। ଭାରତ ଏ କ୍ଷେତ୍ରରେ ଏକ ସ୍ବନିୟନ୍ତ୍ରିତ ନିୟାମକ ବ୍ୟବସ୍ଥା ନେଇ ଆଗକୁ ଆସିଛି। ପ୍ରଥମ ସ୍ତରର ଅଭିଯୋଗର ସମାଧାନ ସାମାଜିକ ଗଣମାଧ୍ୟମ ସଂଗଠନ ସ୍ତରରେ କରାଯିବାକୁ ଏଥିରେ ସୁନିଶ୍ଚିତ କରାଯାଇଛି।

ଅପୂର୍ବ ଚନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.