ଦେଶରେ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ କମିଟି ଅଧ୍ୟକ୍ଷ ରାଜ ବବର ନିଜ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଉତ୍ତରପ୍ରଦେଶ ଫତେହପୁର ସିକ୍ରିରୁ ସେ ନିର୍ବାଚନ ଲଢୁଥିଲେ । ତାଙ୍କ ବିପକ୍ଷରେ ଥିବା ବିଜେପି ରାଜକୁମାର ଚାହର ତିନିଲକ୍ଷ ଭୋଟରେ ଅଧିକ ରହି ବିଜୟୀ ହୋଇଛନ୍ତି । ୟୁପିରେ କଂଗ୍ରେସ ପାଇଁ ନିରାଶଜନକ ଫଳାଫଳକୁ ନେଇ ସେ ବହୁତ ଦୁଃଖିତ ହେବା ସହିତ ନିଜ କର୍ତ୍ତବ୍ୟ ପୂରା କରିପାରିନଥିବାରୁ ସେ କଂଗ୍ରେସ କମିଟି ଅଧ୍ୟକ୍ଷ ରାଜ ବବର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି ।