ଚଳିତ ଲୋକସଭା ନିର୍ବାଚନରେ ମୋଦିଙ୍କୁ ବଡ଼ ସଫଳତା ମିଳିଛି । ୩୦୦ରୁ ଅଧିକ ସିଟ୍ରେ ବିଜୟୀ ହୋଇ ପୁଣି ଥରେ ଶାସନ କ୍ଷମତାକୁ ଫେରିଛନ୍ତି ମୋଦି ସରକାର । ଏହା ପରେ ସବୁ ବିରୋଧୀ ଦଳ ନେତା ତଥା ବିଶ୍ବର ସବୁ ନେତୃବର୍ଗମାନେ ଅଭିନନ୍ଦନର ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଅଲ୍ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏମ) ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ରାଷ୍ଟ୍ରବାଦକୁ ଭୁଲି ହିନ୍ଦୁତ୍ଵ କାର୍ଡକୁ ପ୍ରସଙ୍ଗ କରି ଘୃଣ୍ୟ ଖେଳ ଖେଳିଛନ୍ତି। ବିଜେପି ଇଭିଏମରେ ନୁହେଁ ହିନ୍ଦୁଙ୍କ ଭାବନାକୁ ନେଇ ଖେଳ ଖେଳି ସତ୍ତାକୁ ଫେରିଛି । ଦେଶକୁ ହିନ୍ଦୁଙ୍କଠାରୁ ବିପଦ ନାହିଁ, ହିନ୍ଦୁତ୍ଵବାଦ ବିପଦ ସାଜିଛି ବୋଲି ଓୱେସୀ କହିଛନ୍ତି ।