ଭାରତ ଏବଂ ଦ୍ବିପାକ୍ଷିକ ସମ୍ପର୍କ ନେଇ ମତ ରଖିଛନ୍ତି ୟୁଏସ୍ ରେ ଅବସ୍ଥାପିତ ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ସ୍ରିଙ୍ଗଲା । ପାକିସ୍ତାନ ଯେପର୍ଯ୍ୟନ୍ତ ଆତଙ୍କୀଙ୍କୁ ସହାୟତା କରୁଛି ସେପର୍ଯ୍ୟନ୍ତ କୌଣସି ଶାନ୍ତି ଆଲୋଚନା ହୋଇ ପାରିବ ନାହିଁ ବୋଲି ସ୍ରିଙ୍ଗଲା ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ପାଇଁ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାର ଗୋଟିଏ ଦିନ ପରେ ଏହି ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରଦୂତ । ଏହି ମନ୍ତବ୍ୟ ସହିତ ଭାରତ ଆତଙ୍କବାଦକୁ ନେଇ ନିଜର ମତ ସ୍ପଷ୍ଟ ଭାବରେ ରଖିଛି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୧୪ ତାରିଖରେ ପୁଲଓ୍ବାମାରେ ଜୈସ୍ ଇ ମହମ୍ମଦ ଆତଙ୍କୀଙ୍କ ଆକ୍ରମଣରେ ୪୦ ଜଣ ଯବାନ ପ୍ରାଣ ହରାଇଥିଲେ । ଏହାପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଏହା ପରଠାରୁ ଉଭୟ ରାଷ୍ଟ୍ର ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଛି ।