Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିଚୟର ପ୍ରମାଣ ଭାବରେ ସ୍ୱୀକାର କରିବା ପୂର୍ବରୁ ଆଧାର ଯାଞ୍ଚ କରନ୍ତୁ: ୟୁଆଇଡିଏଆଇ
ଆଜିର ଖବର

ପରିଚୟର ପ୍ରମାଣ ଭାବରେ ସ୍ୱୀକାର କରିବା ପୂର୍ବରୁ ଆଧାର ଯାଞ୍ଚ କରନ୍ତୁ: ୟୁଆଇଡିଏଆଇ

November 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍।

ଭାରତର ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର,  ଇ-ଆଧାର, ଆଧାର ପିଭିସି କାର୍ଡ ଏବଂ ଏମ୍ -ଆଧାର)ର ଯାଞ୍ଚ ସତ୍ୟତା ପ୍ରମାଣିତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଅଟେ।

ଏହା ଅସାଧୁ ଏବଂ ସମାଜ ବିରୋଧୀ ତତ୍ତ୍ୱମାନଙ୍କ ଦ୍ବାରା ଆଧାରର ଯେକୌଣସି ସମ୍ଭାବ୍ୟ ଅପବ୍ୟବହାର ରୋକିବାରେ ସହାୟକ ହେବ। ଏହାର ବ୍ୟବହାର ସ୍ୱଚ୍ଛତାକୁ ମଧ୍ୟ ପ୍ରୋତ୍ସାହିତ କରିବ।  ୟୁଆଇଡିଏଆଇର ପକ୍ଷରୁ ଗୁରୁତ୍ବାରୋପ କରି କୁହାଯାଇଛି ଯେ କୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ। ଆଧାର ତଥ୍ୟ ଗୁଡିକର ଅଫଲାଇନ୍ ଯାଞ୍ଚ ଦ୍ୱାରା ଟ୍ୟାମ୍ପରିଂକୁ ଚିହ୍ନଟ କରାଯାଇପାରିବ। ଟ୍ୟାମ୍ପରିଂ ଏକ ଦଣ୍ଡନୀୟ ଅପରାଧ ଏବଂ ଆଧାର ଅଧିନିୟମର ଧାରା ୩୫ ଅନୁଯାୟୀ ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି।

ବ୍ୟବହାର ପୂର୍ବରୁ ଆଧାର ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉପରେ ୟୁଆଇଡିଏଆଇ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି। ଯେତେବେଳେ ବି ଆଧାର ପରିଚୟପତ୍ର ପ୍ରମାଣ ଭାବରେ ଦାଖଲ ହେବ – ଲୋକମାନଙ୍କର ପ୍ରାମାଣୀକରଣ/ଯାଞ୍ଚ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ପରେ ଏକକ ପରିଚୟ ତଥ୍ୟ ଭାବରେ ଆଧାରକୁ ବ୍ୟବହାର କରାଯିବ।

ପ୍ରାମାଣୀକରଣ/ଯାଞ୍ଚ ନିମନ୍ତେ ସ୍ୱୀକୃତିପ୍ରାପ୍ତ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ଗୁରୁତ୍ୱ ଦେବା ଏବଂ ଏ ଦିଗରେ ଅନୁସରଣ କରାଯିବାକୁ ଥିବା ପ୍ରୋଟୋକଲ୍ ପାଳନ କରିବା ପାଇଁ ୟୁଆଇଏଡିଆଇ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି।

ଯେକୌଣସି ଆଧାରକୁ ଏମ୍-ଆଧାର ଆପ୍, କିମ୍ବା ଆଧାର କ୍ୟୁଆର୍ କୋଡ୍ ସ୍କାନର୍ ବ୍ୟବହାର କରି ଆଧରର ସମସ୍ତ ପ୍ରକାର (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ, ଏବଂ ଏମ୍ – ଆଧାର) ରେ ଉପଲବ୍ଧ କ୍ୟୁଆର୍ କୋର୍ଡକୁ ବ୍ୟବହାର କରି ଯାଞ୍ଚ କରାଯାଇପାରିବ। ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଆଧାରିତ ମୋବାଇଲ୍ ଫୋନ୍ ତଥା ୱିଣ୍ଡୋ ଆଧାରିତ ଆପ୍ ଗୁଡ଼ିକ ପାଇଁ କ୍ୟୁଆର୍ କୋଡ୍ ସ୍କାନର୍ ସ୍ୱତନ୍ତ୍ର ଭାବରେ ଉପଲବ୍ଧ।

ଲୋକମାନେ କାଗଜ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ନିଜର ପରିଚୟପତ୍ର ଉପସ୍ଥାପନ କରି ନିଜର ପରିଚୟ ପ୍ରମାଣ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ବ୍ୟବହାର କରି ପାରିବେ। ପୂର୍ବରୁ ଲୋକମାନଙ୍କ ପାଇଁ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ  ୟୁଆଇଡିଏଆଇ ପକ୍ଷରୁ ତଥ୍ୟ ଜାରି କରାଯାଇସାରିଛି। ଲୋକମାନେ ସେମାନଙ୍କର ଆଧାରକୁ ଆତ୍ମବିଶ୍ୱାସର ସହିତ ବ୍ୟବହାର କରିପାରିବେ।

ଆଧାର ନମ୍ବର ପରିଚୟ ପ୍ରମାଣ ୟୁଆଇଡିଏଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025
Latest News

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.