Breaking News: ଖଣ୍ଡଗିରି ପାହାଡରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ ମୁତୟନ

Published: Nov 25, 2022, 10:34 pm IST

ଭୁବନେଶ୍ବର: ଆଜି ରାତିରେ ଖଣ୍ଡଗିରି ପାହଡରେ ନିଆଁ ଲାଗିଛି। ରାତି ପ୍ରାୟ 10ଟା ବେଳେ ଏହି ନିଆଁ ଲାଗିଥିବାର ଜଣାପଡିଛି। ପାହଡରେ ଥିବା ଶୁଖିଲା ପତ୍ରରେ ଏହି ନିଆଁ ଧରି ବଡ ଆକାରରେ ଧାରଣ କରିବାକୁ ଯାଉଥିଲା। ପ୍ରଥମେ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଏହାପରେ ଅଗ୍ନିଶମ ବାହାନୀ ଆସି ଦୀର୍ଘ ସମୟ ପରେ ନିଆଁକୁ ଆୟତ କରିଥିଲେ। ପାଚେରୀ ବାହାରୁ ପଟୁ ରହି ସେମାନେ ନିଆଁକୁ ଆୟତ କରିଥିଲେ। ତେବେ ନିଆଁ ଲାଗିବାର କାରଣ ଜଣା ପଡି ନ ଥିଲେ ମଧ୍ୟ ଶୁଖିଲା ପତ୍ରରେ କୌଣସି କାରଣରୁ ନିଆଁ ଧରି ତାହା ବ୍ୟାପିବାରେ ଲାଗିଥିଲା।

Related posts