Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ପ୍ରତ୍ୟେକ ଦିନ ୧୭ ଜଣଙ୍କର ମୃତ୍ୟୁ ଘଟିଥାଏ: ଏମ୍ସ ଭୁବନେଶ୍ୱର
ଆଜିର ଖବର

ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ପ୍ରତ୍ୟେକ ଦିନ ୧୭ ଜଣଙ୍କର ମୃତ୍ୟୁ ଘଟିଥାଏ: ଏମ୍ସ ଭୁବନେଶ୍ୱର

November 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରତ୍ୟେକ ଦିନ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ୧୭ଜଣଙ୍କର ମୃତ୍ୟୁ ଘଟିଥାଏ। ପ୍ରତି ଦଶ ମିନିଟରେ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ତାଲିକାରେ ଆଉ ଜଣେ ବ୍ୟକ୍ତି ମିଶିଥାଆନ୍ତି। ଜଣେ ଅଙ୍ଗଦାତା ୮ ଟି ମୂଲ୍ୟବାନ ଜୀବନ ବଞ୍ଚାଇଥାଆନ୍ତି। ତେଣୁ ବ୍ରେନ୍ ଡେଡ୍ ଅବସ୍ଥାରେ ଅଙ୍ଗ ଦାନ ବର୍ତ୍ତମାନ ସମୟର ବଡ଼ ଆହ୍ୱାନ ବୋଲି ଆଜି ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ “ଅଙ୍ଗ ଦାନ ସଚେତନତା” କର୍ମଶାଳା ଏବଂ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଉପଯୁକ୍ତ ଦାତା ତଥା ପ୍ରାପ୍ତକର୍ତ୍ତା ବାଛିବା, ଅଙ୍ଗ ଆବଣ୍ଟନ, ଦୁଃଖରେ ଥିବା ପରିବାରକୁ ପରାମର୍ଶ ଏବଂ ବ୍ୟାପକ ଗୁଣାତ୍ମକ କ୍ଲିନିକାଲ୍ ଯତ୍ନ ଉପରେ ଦେଶର ଜଣାଶୁଣା ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରର ବିଶିଷ୍ଟ ବକ୍ତାମାନେ ମତ ରଖିଥିଲେ। ଏହି ବ୍ୟବସ୍ଥା ଦେଶ ତଥା ରାଜ୍ୟରେ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ। ଆଇସିୟୁରୁ ବ୍ୟକ୍ତିକୁ ବ୍ରେନ୍ ଡେଡ (ମସ୍ତିଷ୍କ ମୃତ୍ୟୁ) ଘୋଷଣା କରିବାରେ ନ୍ୟୁରୋ ଚିକିତ୍ସକ ଏବଂ କ୍ରିଟିକାଲ୍ କେୟାର ସେବାପ୍ରଦାନକାରୀ ଚିକିତ୍ସକଙ୍କ ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱରର ସଭାପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ।

ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ନୋଟୋ) ର ମିଳିତ ସହଯୋଗରେ ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ପିଯିଆଇଏମ୍ଇଆର୍ ଚଣ୍ଡିଗଡର ପୂର୍ବତନ ନିର୍ଦ୍ଦଶକ ପ୍ରଫେସର ୱାଇ କେ ଚାୱଲା, ପୁଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ନୋଟୋ ନିର୍ଦ୍ଦେଶକ ଡ. କ୍ରିସନ୍ କୁମାର, ପ୍ରଫେସର ବିପିନ କୌଶଲ୍, ପ୍ରଫେସର ଭିନିଏନ୍ଦ୍ର ପାମେଚା, ହେଡ, ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍, ଆଇଏଲବିଏସ୍, ନୂଆଦିଲ୍ଲୀ, ଡ. ଦୀନେଶ କୁମାର ନେଗି, ଆଇନ ବିଶେଷଜ୍ଞ, ହିନ୍ଦୁରାଓ ଡାକ୍ତରଖାନା, ଦିଲ୍ଲୀ, ପ୍ରଫେସର ଦୀପକ କୁମାର ଗୁପ୍ତା, ଜେପିଏନ୍ଏ ଟ୍ରମା ସେଣ୍ଟର, ଏମ୍ସ ନୂଆଦିଲ୍ଲୀ, ଡ. ଆଶିଷ କୁମାର ସାହୁ, ଡ. ସୁନୀଲ ଶ୍ରଫ, ପଲ୍ଲଭି କୁମାରୀ, ଡ. ଅର୍ଚ୍ଚନା କୁମାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏମ୍ସ ଭୁବନେଶ୍ୱରରେ ବିଭିନ୍ନ ଟ୍ରାନ୍ସପ୍ଲାଣ୍ଟ ସେବା ଆରମ୍ଭ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବା ନେଇ ପ୍ରୟାସ ଜାରି ରହିଥିବା ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ଏହି କର୍ମଶାଳାରେ ଏମ୍ସ ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି, ଡିନ୍ ଡକ୍ଟର ପି ଆର ମହାପାତ୍ର, ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଅଂଶଗ୍ରହଣ କରି ବହୁମୂଲ୍ୟ ବକ୍ତବ୍ୟ ରଖିଥଲେ।

ଏହି କର୍ମଶାଳାରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଆନାସ୍ଥେସିଓଲୋଜିଷ୍ଟ, ନ୍ୟୁରୋ ସର୍ଜନ, ସ୍ନାୟୁବିଜ୍ଞାନୀ, ଆଘାତ ଏବଂ ଜରୁରୀକାଳୀନ ଚିକିତ୍ସକ, ସର୍ଜନ, ଫରେନସିକ୍ ମେଡିସିନ୍, କମ୍ୟୁନିଟି ମେଡିସିନ୍ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ସରକାରୀ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଆରମ୍ଭ କରିଥିବା ପ୍ରଫେସର ଭିନିଏନ୍ଦ୍ର ପାମେଚାଙ୍କ ସହ ପ୍ରଫେସର ଦୀପେଶ କେନୱାର, ପ୍ରଫେସର ବିପିନ କୌଶଲଙ୍କୁ ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।
ସେହିଭଳି ଯକୃତ ପ୍ରତିରୋପଣକାରୀ ଉମା ଆଚାର୍ଯ୍ୟ ତାଙ୍କ ଅଭିଜ୍ଞତା ବାଣ୍ଟିବା ସହିତ ଅଙ୍ଗ ପ୍ରତିରୋପଣ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଲିଭର୍ ଗ୍ରହଣ କରିବା ପରେ ସେ ପୁନର୍ଜନ୍ମ ପାଇଥିବା ଏବଂ ତାଙ୍କ ଜୀବନ ପରିବର୍ତ୍ତନକାରୀ କାହାଣୀ ଉପସ୍ଥିତ ସମସ୍ତଙ୍କୁ ଅଙ୍ଗ ଦାନ ନିମନ୍ତେ ପ୍ରେରଣା ଦେଇଥିଲା।

ଏମ୍ସ ଭୁବନେଶ୍ୱର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ସହକାରୀ ପ୍ରଫେସର ତଥା କାର୍ଯ୍ୟକ୍ରମ ସଂଗଠନ ସମ୍ପାଦକ ଡକ୍ଟର ବ୍ରହ୍ମଦତ୍ତ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସଚେତନତା ସୃଷ୍ଟି ପାଇଁ ଆସନ୍ତାକାଲି (ରବିବାର) ସକାଳେ ଏମ୍ସ ପକ୍ଷରୁ ହେବାକୁ ଥିବା ୱାକାଥନ୍ ବିଷୟରେ ସୂଚନା ଦେଇଥିଲେ। ଏହି ୱାକାଥନ୍ ରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.