ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

Published: Nov 27, 2022, 1:03 pm IST

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳର ବିଧାୟକ ବିରୋଧରେ ଆଜି ବିଜେଡି ଆଣିଛି ଗୁରୁତର ଅଭିଯୋଗ। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିରେ ଜୟନାରାୟଣଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ବହିସ୍କାର କରାଯାଉ ବୋଲି ଦ ଦାବୀ କରିଛି।

ବିଜେଡି ଉଲ୍ଲେଖ କରିଛି ଯେ, ପଦ୍ମପୁର ଉପନିର୍ବାଚନରେ ବିଜେପି ନେତା ଜୟନାରାୟଣ ମିଶ୍ର ମହିଳାଙ୍କ ପ୍ରତି ଅତି କଦର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସେ ବିଭିନ୍ନ ସମୟରେ ହିଂସାତ୍ମକ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ପୂର୍ବରୁ ସେ ବିଜେପୁର ଉପନିର୍ବାଚନରେ ହିଂସାତ୍ମକ କାର୍ଯ୍ୟ କରିଥିବାରୁ ଜେଲ ଯାଇ ଜାମିନୀରେ ଅଛନ୍ତି। ଏପରି ବ୍ୟକ୍ତିଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ହଟାଇ ଦିଆଯାଉ ବୋଲି ବିଜେଡି ଅଭିଯୋଗ କରିଛି।

Related posts