Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରୁ ଦୁଇ ଜଣଙ୍କୁ ଶିଳ୍ପଗୁରୁ ଏବଂ ୧୩ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର
ଆଜିର ଖବର

ଓଡ଼ିଶାରୁ ଦୁଇ ଜଣଙ୍କୁ ଶିଳ୍ପଗୁରୁ ଏବଂ ୧୩ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର

November 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପ ଗୁରୁ ପୁରସ୍କାର ଏବଂ ୭୮ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର ଦିଆଯାଇଥିଲା। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଧ୍ୟକ୍ଷତା କରିଥିଲେ। ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଏବଂ ଭାରତୀୟ ହସ୍ତଶିଳ୍ପ ଓ ବୟନଶିଳ୍ପ କ୍ଷେତ୍ରର ମୂଲ୍ୟବାନ ଯୋଗଦାନକୁ ମାନ୍ୟତା ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ।

ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା, ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ପାଇଁ ବିଶିଷ୍ଟ ଶିଳ୍ପକାରମାନଙ୍କୁ ଶିଳ୍ପୀଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଶିଳ୍ପଗୁରୁମାନେ ଶିଳ୍ପକଳାର ପ୍ରସାର ଏବଂ ଅନ୍ୟ ଶିଳ୍ପୀମାନଙ୍କୁ ପ୍ରଶିକ୍ଷଣ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏମାନେ ଭାରତର ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଛନ୍ତି। ପୁରସ୍କାର ସ୍ବରୂପ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି, ମାନପତ୍ର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୨୪ ଜଣ ପୁରୁଷ ଏବଂ ୬ ଜଣ ମହିଳା ଶିଳ୍ପକାରଙ୍କୁ ଶିଳ୍ପଗୁରୁ ପୁରସ୍କାର ଦିଆଯାଇଛି। ଜାତୀୟ ଶିଳ୍ପକାର ପୁରସ୍କାର ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ବର୍ଗରେ ଉତ୍କୃଷ୍ଟ ଶିଳ୍ପକାରମାନଙ୍କୁ ୧୯୬୫ ମସିହା ଠାରୁ ପ୍ରଦାନ କରାଯାଇ ଆସୁଛି। ପୁରସ୍କାର ସ୍ବରୂପ ଏମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି, ମାନପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶାର ବିଜୟ କୁମାର ପରିଡ଼ାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଳ୍ପଗୁରୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଳପତ୍ରରେ ଖୋଦେଇ ଶିଳ୍ପକଳା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ପରିଡ଼ା ୨୦୧୮ ମସିହା ପାଇଁ ଶିଳ୍ପଗୁରୁ ପୁରସ୍କାର ପାଇଛନ୍ତି। ସମାନ ବର୍ଷ ପାଇଁ ଆଉ ଜଣେ ଓଡ଼ିଆ ଶିଳ୍ପୀ ମହେଶ୍ବର ପରିଡ଼ାଙ୍କୁ ଶିଳ୍ପଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରସ୍ତର ଶିଳ୍ପର ବିକାଶ, ସଂରକ୍ଷଣ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

ଅନ୍ୟପକ୍ଷରେ ଓଡ଼ିଶାର ୧୩ଜଣ ଶିଳ୍ପକାରଙ୍କୁ ଜାତୀୟ କୁଶଳୀ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ମସିହା ପାଇଁ ପ୍ରସ୍ତରଶିଳ୍ପୀ ରାକେଶ କୁମାର ମହାରଣା, ଚିତ୍ରକଳା ଶିଳ୍ପୀ ବିରଞ୍ଚି ନାରାୟଣ ବେହେରା, କାଇଁଚ ଶିଳ୍ପୀ ପ୍ରଦୀପ୍ତ କୁମାର ନାୟକ, ପଟ୍ଟଚିତ୍ର ଶିଳ୍ପୀ ସବିତା ମହାପାତ୍ର, ଟସର ଚିତ୍ରକଳା ଶିଳ୍ପୀ ସ୍ବର୍ଣ୍ଣଲତା ମହାପାତ୍ର ସମ୍ମାନିତ ହୋଇଛନ୍ତି। ୨୦୧୮ ମସିହା ପାଇଁ ପ୍ରସ୍ତର ଶିଳ୍ପୀ ରଞ୍ଜନ ମହାରଣା, ତାଳପତ୍ର ଖୋଦେଇ ଶିଳ୍ପୀ ସନ୍ତୋଷ ସେନାପତି, ପଟ୍ଟଚିତ୍ର ଶିଳ୍ପୀ ସଂଘମିତ୍ରା ମହାରଣା, ଟସର ବୟନ ଶିଳ୍ପୀ ରାଜେନ୍ଦ୍ର କୁମାର ମେହେର, କାଇଁଚ ଶିଳ୍ପୀ କୁନି ପାତ୍ରଙ୍କୁ କୁଶଳୀ ଶିଳ୍ପକାର ପୁରସ୍କାର ମିଳିଛି। ୨୦୧୯ ମସିହା ପାଇଁ ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ, ତାଳପତ୍ର ଖୋଦେଇ ଶିଳ୍ପୀ ବିଜୟଲକ୍ଷ୍ମୀ ସ୍ବାଇଁ ଏବଂ ସ୍ବପ୍ନାମଞ୍ଜରୀ ନାୟକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଓଡିଶା ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026
Latest News

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.