Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ଼କୁଳ ଓଡ଼ି ଆର୍ଟ କେନ୍ଦ୍ରରେ ସ୍ବର୍ଗତ ଅବସର ବେଉରିଆଙ୍କ ନାମରେ ଆର୍ଟ ଗ୍ୟାଲେରୀ ଉନ୍ମୋଚିତ
ଆଜିର ଖବର

ବଡ଼କୁଳ ଓଡ଼ି ଆର୍ଟ କେନ୍ଦ୍ରରେ ସ୍ବର୍ଗତ ଅବସର ବେଉରିଆଙ୍କ ନାମରେ ଆର୍ଟ ଗ୍ୟାଲେରୀ ଉନ୍ମୋଚିତ

November 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବଡ଼କୁଳ ସ୍ଥିତ ଓଡ଼ି ଆର୍ଟ କେନ୍ଦ୍ରରେ ପୂର୍ବତନ ରାଷ୍ଟ୍ରଦୂତ ସ୍ବର୍ଗତ ଅବସର ବେଉରିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆର୍ଟ ଗ୍ୟାଲେରୀ ଉନ୍ମୋଚିତ ହୋଇଯାଇଛି।

ସୂଚନା ମୁତାବକ ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ବଡ଼କୁଳ ଓଡ଼ି ଆର୍ଟ ଠାରେ ୨୦୧୭ ମସିହାରୁ ୧୬ ଟି କକ୍ଷ ସହିତ ୮ ଟି ଲନ ରେ ଅନେକ ପେଣ୍ଟିଙ୍ଗ, ପୁସ୍ତକ, ଲିପି, ପୋଥି, ଟେରା କୋଟା, ସେରାମିକ, କାଠ ଖୋଦେଇ, ସିଙ୍ଗ କାରୁକାର୍ଯ୍ୟ, ଧାନ ନିର୍ମିତ ମୂର୍ତ୍ତି, ତନ୍ତ, ହସ୍ତଶିଳ୍ପୀ, ରୁପା, ତାରକସି, ଢୋକରା, ଜଉ କଣ୍ଢେଇ ଆଦି ସ୍ଥାନିତ ରହିଛି। ମାତ୍ର ଏହି ଓଡ଼ି ଆର୍ଟ ପାଇଁ ଅନେକ ସମୟରେ ସ୍ବର୍ଗତ ଅବସର ବେଉରିଆଙ୍କ ବହୁ ଅବଦାନ ରହିଥିବା ବେଳେ ସୁଦୂର ମାଡ଼ଗସ, ଆଫ୍ରିକା, ଜାପାନ, ଚାଇନା, ସ୍ପେନ, ଇଣ୍ଡୋନେସିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ମିଆଁମାରରୁ ଅନେକ କଳାକୃତି, କାରୁକାର୍ଯ୍ୟ ସମ୍ପନ୍ନ ସାମଗ୍ରୀ ସଂଗ୍ରହ କରି ଉକ୍ତ ଓଡ଼ିଆର୍ଟକୁ ହସ୍ତାନ୍ତର କରିଥଲେ, ଯାହାକି ଏସବୁକୁ ସୁରକ୍ଷିତ ଭାବେ ସ୍ଥାନିତ କରାଯାଇଛି।

ଏଭଳି ମହନୀୟତା ଦୃଷ୍ଟିରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ୧୬ ଟି କକ୍ଷ ମଧ୍ୟରୁ ଗୋଟିଏ କକ୍ଷକୁ ସ୍ବର୍ଗତ ଅବସର ବେଉରିଆଙ୍କ ନାମରେ ନାମିତ କରାଯାଇଛି। ଯାହାକୁ ସ୍ବର୍ଗତ ବେଉରିଆଙ୍କ ପତ୍ନୀ ତୃପ୍ତି ବେଉରିଆ ଆଜି ଉନ୍ମୋଚିତ କରିଥିଲେ।

ଏହି ଅବସରରେ ସ୍ବର୍ଗତ ବେଉରିଆଙ୍କ ଦୁଇ ଝିଅ ପ୍ରାର୍ଥନା ବେଉରିଆ ଓ ଭର୍ନିବା ବେଉରିଆ, ସାମାଜିକ କର୍ମୀ ଜୟ ଗୋବିନ୍ଦ ଇନ୍ଦରିଆ,ସୋସାଇଟି ଫର ଡେଭେଳ୍ପମେଣ୍ଟ ସଭାପତି ବଂଶୀଧର ଆଚାର୍ଯ୍ୟ, ସମ୍ପାଦକ ବିଜୟ କୁମାର ପତି, ଓଡ଼ିଆର୍ଟ ମୁଖ୍ୟ ସଂଯୋଜକ ପ୍ରଶାନ୍ତ କୁମାର ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, କ୍ୟୁରେଟର ସଞ୍ଜୀବ ଶାହା,ଶୁଭମ ରାୟ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବେଉରିଆଙ୍କ କଳା, ସଂସ୍କୃତି ପ୍ରଭୃତି ସମ୍ବନ୍ଧରେ ଆଲୋଚନା କରିବା ସହ ସ୍ମୃତି ଚାରଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026

ଚାଲିଗଲେ ଆଶା ଭୋସ୍‌ଲେ : ୯୨ ବର୍ଷରେ ଆଖି ବୁଜିଲେ

April 12, 2026

ଆମେରିକା-ଇରାନ ଆଲୋଚନା ବିଫଳ: ଏବେ ପାକିସ୍ତାନରୁ ଆସିଲା ପ୍ରଥମ ପ୍ରତିକ୍ରିୟା

April 12, 2026
Latest News

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026

ଚାଲିଗଲେ ଆଶା ଭୋସ୍‌ଲେ : ୯୨ ବର୍ଷରେ ଆଖି ବୁଜିଲେ

April 12, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ୪୩ ଟିଏମସି ନେତାଙ୍କୁ ନୋଟିସ ଜାରି କଲା NIA

April 12, 2026

ଆମେରିକା-ଇରାନ ଆଲୋଚନା ବିଫଳ: ଏବେ ପାକିସ୍ତାନରୁ ଆସିଲା ପ୍ରଥମ ପ୍ରତିକ୍ରିୟା

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.