Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗାମୀ ଦିନମାନଙ୍କରେ ନିରାପତ୍ତା ଏବଂ ମରାମତି କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥର ଯୋଜନା
ଆଜିର ଖବର

ଆଗାମୀ ଦିନମାନଙ୍କରେ ନିରାପତ୍ତା ଏବଂ ମରାମତି କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥର ଯୋଜନା

December 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧାକୁ ପ୍ରଭାବିତ ନକରି ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଛି।

ନିରାପତ୍ତା ସମ୍ବନ୍ଧୀୟ ଏହି ଆଧୁନିକୀକରଣ କାର୍ଯ୍ୟଗୁଡ଼ିକରେ ପୁରୁଣା ବ୍ରିଜଗୁଡ଼ିକର ମରାମତି; ଲେଭଲ୍ କ୍ରସିଂକୁ ରୂପାନ୍ତର କରି ସୀମିତ ଉଚ୍ଚତା ଉପ-ମାର୍ଗ (LHSs) ସ୍ଥାପନ; ଦୋହରୀକରଣ ଓ ତୃତୀୟ ରେଳ ଲାଇନ କାର୍ଯ୍ୟ ଇତ୍ୟାଦି କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଟ୍ରାକ ଗୁଡିକର ଇଣ୍ଟର ଲକିଂ ଅନ୍ତର୍ଭୁକ୍ତ ଅଟେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନପହଞ୍ଚାଇ ଜରୁରୀ ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ପୂର୍ବତଟ ରେଳପଥ ମଧ୍ୟରେ ଟ୍ରେନର ସର୍ବନିମ୍ନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ପାଇଁ ବିଶେଷ ଯୋଜନା କରାଯାଇଛି।

ଟ୍ରେନଗୁଡିକୁ ବାତିଲ ପରିବର୍ତ୍ତେ ଚଳାଚଳ ସମୟରେ ଅସ୍ଥାୟୀ ପରିବର୍ତ୍ତନ କିମ୍ବା ସେମାନଙ୍କୁ ନିକଟସ୍ଥ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ନେବାକୁ ଯଥା ସମ୍ଭବ ପ୍ରୟାସ କରାଯାଇଅଛି, ଯେଉଁଠାରେ ସର୍ବାଧିକ ସଂଖ୍ୟକ ଯାତ୍ରୀ ଯାଇଆସିପାରିବେ। ଏହାକୁ ଆଂଶିକ ବାତିଲ କିମ୍ବା ଟ୍ରେନର ସର୍ଟ ଟର୍ମିନେସନ୍ କୁହାଯାଏ।

ଆସନ୍ତା ଦୁଇ ମାସ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ସେକ୍ସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଜନା କରାଯାଇଛି। ରବିବାର ମାନଙ୍କରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ଉପାମାର୍ଗ ନିର୍ମାଣ ସହିତ ଦୋହରୀକରଣ କାର୍ଯ୍ୟ ପାଇଁ ରେଳ ଟ୍ରାକ ସଂଯୋଗ କାର୍ଯ୍ୟ କରାଯାଉଅଛି।  ସେହିଭଳି ଗୁରୁବାର ଦିନମାନଙ୍କରେ ପଲାସା-ବିଜୟନଗରମ ରେଳ ସେକ୍ସନ ମଧ୍ୟରେ ବ୍ରିଜ ମାନଙ୍କ ଉପରେ ପୁରୁଣା ଗାର୍ଡ଼ର ବଦଳାଇ ନୂତନ ଗାର୍ଡ଼ର ସ୍ଥାପନ ପାଇଁ ଯୋଜନା କରାଯାଇ ଥିବାବେଳେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ମଙ୍ଗଳବାର ଓ ଶନିବାର ଦିନ ମାନଙ୍କରେ ଟିଟିଲାଗଡ-ରାୟପୁର ରେଳ ସେକ୍ସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଯୋଜନା କରାଯାଇଛି।

ପୂର୍ବତଟ ରେଳପଥ ଦ୍ୱାରା ଅଗ୍ରୀମ ଯୋଜନା ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା କରାଇବ ନାହିଁ। ବିଭିନ୍ନ ରେଳ ମାର୍ଗରେ ଆଧୁନିକୀକରଣ କାର୍ଯ୍ୟ ବିଭିନ୍ନ ଦିନ ମାନଙ୍କରେ ବଣ୍ଟନ କରାଯାଇଛି। ଯାହାଫଳରେ ସର୍ବନିମ୍ନ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରାଯାଇପାରିବ।

ଯାତ୍ରୀମାନଙ୍କ ପାଇଁ କୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ବହୁ ପୂର୍ବରୁ ବୀହିତ ପଦକ୍ଷେପ ଗ୍ରହଣ କରିଛି ଏବଂ ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ମଧ୍ୟ ଅନୁରୋଧ କରାଯାଇଅଛି।

ପୂର୍ବ ତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.