ସମଲିଙ୍ଗୀ ସାଥୀଙ୍କ ସହ ବିବାହ କଲେ ଆଥଲେଟ୍ ଦୁତୀ ଚାନ୍ଦ, ଫଟୋ ସେୟାର କରି ଦେଲେ ସୂଚନା

Published: Dec 2, 2022, 8:10 pm IST

ଭୁବନେଶ୍ବର: ଭାରତୀୟ ଆଥଲେଟ୍ ଦୁତି ଚାନ୍ଦ ତାଙ୍କ ସମଲିଙ୍ଗୀ ସାଥୀ ମୋନାଲିସାଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଦୁତୀ ତାଙ୍କର ସମଲିଙ୍ଗୀ ସମ୍ପର୍କକୁ ବହୁ ପୂର୍ବରୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେମାନେ ଏହାକୁ ବିବାହରେ ପରିଣତ କରିଛନ୍ତି। ସେ ବିବାହର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଦୁତୀଙ୍କ ଫଟୋ ବହୁତ ପସନ୍ଦ କରାଯାଉଛି ଏବଂ ଏହି ବିଷୟରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ବିବାହ ପରେ ଟୁଇଟର ଏବଂ ଇନଷ୍ଟାଗ୍ରାମରେ ତାଙ୍କ ସାଥୀ ସହିତ ଫଟୋ ସେୟାର କରିଥିଲେ। ସେ ଟ୍ୱିଟରରେ ଲେଖିଛନ୍ତି, “ଗତକାଲି ତୁମକୁ ଭଲ ପାଉଥିଲି ଏବଂ ତଥାପି କରୁଛି। ପ୍ରେମ ସର୍ବଦା ଅମାର ରହିବ। “ଟୁଇଟରରେ ପ୍ରାୟ ୧୦ ହଜାର ଲୋକ ଏହି ଫଟୋ ପସନ୍ଦ କରିଛନ୍ତି। ୨୦୦ ରୁ ଅଧିକ ଲୋକ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଦୁତୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି। ଇନଷ୍ଟାଗ୍ରାମରେ ଦୁତୀଙ୍କ ଫଟୋକୁ ପ୍ରାୟ ୧୦ ହଜାର ଲୋକ ପସନ୍ଦ କରିଛନ୍ତି।

Related posts