Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ରାଜ୍ୟରେ ପ୍ରଥମ ଘଟଣା: ଏମ୍ସ ରେ ହେଲା ସଫଳତାର ସହିତ ଚିକିତ୍ସା
ଆଜିର ଖବର

ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ରାଜ୍ୟରେ ପ୍ରଥମ ଘଟଣା: ଏମ୍ସ ରେ ହେଲା ସଫଳତାର ସହିତ ଚିକିତ୍ସା

December 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ପ୍ରଥମଥର ସଫଳତାର ସହିତ ମୁଖ୍ୟ ଧମନୀ ଦୁର୍ବଳ ପରଦାର ଅନ୍ତର୍ବାହିକା (ଏଣ୍ଡୋଭାସ୍କୁଲାର) ଚିକିତ୍ସା ପ୍ରକ୍ରିୟା ସମ୍ପନ୍ନ ହୋଇଛି। ରାଜ୍ୟରେ କୌଣସି ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏପରି ପ୍ରକ୍ରିୟା କରାଯିବା ପ୍ରଥମ। ଏମ୍ସ ଭୁବନେଶ୍ୱରର ରେଡିଓଲୋଜି ବିଭାଗ ପକ୍ଷରୁ ହୃଦଶଲ୍ୟ ଚିକିତ୍ସା ଏବଂ ନିଶ୍ଚେତକ ବିଭାଗ ସହାୟତାରେ ଏହି ସଫଳ ପ୍ରକ୍ରିୟା ସୁଲଭ ମୂଲ୍ୟରେ କରାଯାଇଛି।

ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ମୁଖ୍ୟ ଧମନୀ ଏବଂ ସଂଲଗ୍ନ ବାମ ବୃକକ୍ ଧମନୀ ପରଦା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ତେଣୁ ଯେକୌଣସି ସମୟରେ ଉକ୍ତ ବ୍ୟକ୍ତିଙ୍କ ମୁଖ୍ୟ ଧମନୀ ଫାଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏପରି ଜଟିଳ ସ୍ଥିତିର ଅସ୍ତ୍ରୋପଚାର ରାଜ୍ୟରେ ବିରଳ କହିଲେ ଚଳେ। ଅଧିକାଂଶ କ୍ଷେତ୍ରରେ ଏପରି ଅବସ୍ଥା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ରୋଗୀକୁ ଆସନ୍ନ ମୃତ୍ୟୁମୁଖକୁ ନଛାଡି ଏମ୍ସ ଭୁବନେଶ୍ଵରର ଚିକିତ୍ସକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ମୁଖ୍ୟ ଧମନୀ ଫାଟିବାର ସମ୍ଭାବନାକୁ ଏଡାଇବା ନିମନ୍ତେ ଏହାର ଚିକିତ୍ସା ପ୍ରକ୍ରିୟା ହାତକୁ ନେଇଥିଲେ।

ଅନ୍ତର୍ବାହିକା (ଏଣ୍ଡୋଭାସ୍କୁଲାର) ଚିକିତ୍ସା ପ୍ରକ୍ରିୟା ସହାୟତାରେ ଏମ୍ସ ଡାକ୍ତରଙ୍କ ଅଭିଜ୍ଞ ହାତରେ କରାଯାଇଥିବା ଏହି ପଦ୍ଧତି ରୋଗୀକୁ ନୂତନ ଜୀବନ ପ୍ରଦାନ କରିଛି । ଏହି ପ୍ରକ୍ରିୟାରେ ମୁଖ୍ୟ ଧମନୀରେ ଏକ ଷ୍ଟେନ୍ଟ ସ୍ଥାପନ ପୂର୍ବକ ନୂତନ ମାର୍ଗ ସୃଷ୍ଟି କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ଘରୋଇ ହସ୍ପିଟାଲରେ ଏହି ପ୍ରକ୍ରିୟା ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥାଏ। ମାତ୍ର ଏମ୍ସରେ ଏହା ବେଶ୍ ସୁଲଭ ମୂଲ୍ୟରେ କରାଯାଇଛି। ରୋଗୀ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।

ହୃଦ୍ ଶଲ୍ୟ ଚିକିତ୍ସା ବିଭାଗର ଡ. ସତ୍ୟପ୍ରିୟ ମହାନ୍ତି, ରେଡ଼ିଓଲୋଜି ବିଭାଗର ଡ. ବିଶ୍ୱଜିତ ସାହୁ ଏବଂ ଡ. ମନୋଜ କୁମାର ନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ଡ. ସତ୍ୟଜିତ ମିଶ୍ର ଏବଂ ଡ. ସୌମ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଜୀବନରକ୍ଷକ ଅତ୍ୟାଧୁନିକ ପଦ୍ଧତି ସଫଳତାର ସହିତ ସଂପନ୍ନ ହୋଇଛି।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏପରି ସଫଳତାକୁ ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସରେ ହେଇଥିବା ଏହି ପଦ୍ଧତି ଜଣେ ରୋଗୀକୁ ଏକ ନୂତନ ଜୀବନ ପ୍ରଦାନ କରିଛି, ଭବିଷ୍ୟତରେ ଏହିଭଳି ଆହୁରି ଅନେକ ପ୍ରକ୍ରିୟା କରିବାକୁ ଡ. ବିଶ୍ୱାସ ଉତ୍ସାହିତ କରିଛନ୍ତି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଓ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ

January 19, 2026

ଜାନୁଆରୀ ୨୨ ରେ ସୁଭଦ୍ରା ଯୋଜନାର ନୂଆ ହିତାଧିକାରୀମାନଙ୍କୁ ମିଳିବ ଅର୍ଥ ରାଶି

January 19, 2026

ଜାନୁୟାରୀ ୧୯ ତାରିଖ ସୋମବାରରେ ଆଠଟି ରାଶି ଉପରେ ମହାଦେବଙ୍କର ରହିଛି ଶୁଭ ଦୃଷ୍ଟି

January 19, 2026
Latest News

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଓ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ

January 19, 2026

ଆସାମରେ ୬୯୫୦ କୋଟିର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.