Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଓଡ଼ିଶା ଗସ୍ତ
ଆଜିର ଖବର

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଓଡ଼ିଶା ଗସ୍ତ

December 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଠାରେ ଆର୍ଗସ ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେକୌଣସି ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବ । ମାତ୍ର ଦୁର୍ଭାଗ୍ୟବଶତଃ ଏହି ଯୋଜନା ଏଠାରେ ତ୍ୱରାନ୍ୱିତ ହେଉନାହିଁ । ରାଜ୍ୟ ସରକାର ଏ ବିଷୟ ଚିନ୍ତା କରି ତୁରନ୍ତ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ଉଚିତ ବୋଲି ଡ ପାୱାର କାର୍ଯ୍ୟକ୍ରମ ଅବସରରେ ଏହା ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଛଅ ହଜାରରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । “କେନ୍ଦ୍ର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ ରାଜ୍ୟକୁ ୧୩୪୭ କୋଟି ଟଙ୍କା ପ୍ରଦାନ କରିଛି । ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱାସ୍ଥ୍ୟ ଯାଞ୍ଚରେ ଉନ୍ନତି ଆଣିବାକୁ ତଥା ଭିତ୍ତିଭୂମି ବିକାଶ ପାଇଁ ଆଗୁଆ ପ୍ରଯୁକ୍ତି ଉପଯୋଗ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି” ବୋଲି ସେ କହିଛନ୍ତି ।

ଭାରତ ଜି-୨ଠରେ ସଭାପତି ପଦ ଗ୍ରହଣ କରିବା ଦେଶ ପାଇଁ ଏକ ଗର୍ବର କ୍ଷଣ ବୋଲି ଡକ୍ଟର ପାୱାର କହିଛନ୍ତି । ଭାରତ କରୋନା କାଳରେ ଏହି ଶକ୍ତି ପ୍ରଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି । “ପ୍ରଥମେ ପିପିଇ କିଟ୍ ଓ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ରପ୍ତାନୀ କରିଛୁ । ଭାରତ ୧୫ଠରୁ ଅଧିକ ଦେଶକୁ ଟିକା ଯୋଗାଇବା ସହ ବିଶ୍ୱ ନେତୃତ୍ୱର ଶକ୍ତି ପ୍ରଦର୍ଶନ କରିଛି” ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ’ର ବାର୍ତ୍ତା ଦେଇଛନ୍ତି ଓ ସେହି ଭାବନାରେ ପ୍ରତ୍ୟେକ ବ୍ୟକ୍ତି ଭାରତକୁ ମଜବୁତ କରିବା ପାଇଁ ନିଜର ଅବଦାନ ଦେବା ଆବଶ୍ୟକ । “ଆମେ ବର୍ତ୍ତମାନ ଅମୃତକାଳ ଦେଇ ଗତି କରୁଛୁ ଓ ଦେଶକୁ କିପରି ଆହୁରି ଶକ୍ତିଶାଳୀ କରିବା ସେଥିପାଇଁ ପ୍ରୟାସ କରିବା ଉଚିତ । ସେଥିପାଇଁ ସମ୍ମିଳିତ ଉଦ୍ୟମ ହିଁ ବର୍ତ୍ତମାନ ଆବଶ୍ୟକ” ବୋଲି ଡାକ୍ତର ପାୱାର କହିଛନ୍ତି ।

‘ଏକ ଭାରତ ସୁସ୍ଥ ଭାରତ’ ଉପରେ ଗୁରୁତ୍ୱ ଆରୋପ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଦେଇଥିବା ପ୍ରସ୍ତାବମାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ କରାଗଲେ ଏହା ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଆହୁରି ଉନ୍ନତି ଆଣିବ । “ଫିଡବ୍ୟାକ ସଦାସର୍ବଦା ଆମକୁ ଉନ୍ନତି କରିବା ପାଇଁ ସହାୟକ ହୁଏ ଓ ମୁଁ ମନେକରେ ଯେ ଏହି କାର୍ଯ୍ୟକ୍ରମ ଏଥିପାଇଁ ଉଦିଷ୍ଟ ଉଦେଶ୍ୟ ପୂରଣ କରିବ” ବୋଲି ସେ କହିଥିଲେ ।

 

ଡ. ପାୱାର ସନ୍ଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା ସଂସ୍ଥାନ (ଆର ଏମ ଆର ସି) ର କାର୍ଯ୍ୟ ସମୀକ୍ଷା କରିଥିଲେ । କୋଭିଡ ମହାମାରୀ ସମୟରେ ଅନୁଷ୍ଠାନର କାର୍ଯ୍ୟକୁ ସେ ବିଶେଷ ରୂପେ ପ୍ରସଂଶା କରିଥିଲେ । ଏଥି ପୂର୍ବରୁ ସେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

 

SM/MB

ଓଡିଶା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.