ଧାମରା- ପାରଦ୍ୱୀପ ୨୩୩ କିଲୋମିଟର ଦୀର୍ଘ ଜଳପଥକୁ ଜାତୀୟ ଜଳପଥ ମାନ୍ୟତା

Published: Dec 9, 2022, 5:31 pm IST

ଦିଲ୍ଲୀ: ଦେଶରେ ଆଭ୍ୟନ୍ତରୀଣ ଜଳ ପରିବହନ (ଆଇଡବ୍ଲ୍ୟୁଟି) କୁ ପ୍ରୋତ୍ସାହିତ କରିବା ପାଇଁ , ଜାତୀୟ ଜଳପଥ ଅଧିନିୟମ, ୨୦୧୬ ଅନୁଯାୟୀ ୨୪ ଟି ରାଜ୍ୟରେ ୫ ଟି ପୂର୍ବରୁ ରହିଥିବା ଏବଂ ୧୦୬ ଟି ନୂତନ ଜଳପଥ ସମେତ ୧୧୧ ଟି ଜଳପଥ ଗୁଡିକୁ ଜାତୀୟ ଜଳପଥ ଭାବରେ ଘୋଷିତ କରାଯାଇଛି। ଏହା ମଧ୍ୟରେ ଓଡିଶାର ଧାମରା – ପାରଦ୍ୱୀପ ଭାୟା ମଙ୍ଗଳାଗଡି ଜଳପଥ ମଧ୍ୟ ସାମିଲ୍ ହୋଇଛି। ଏହି ଜାତୀୟ ଜଳପଥର ଦୈର୍ଘ୍ୟ ୨୩୩ କିଲୋ ମିଟର  ରହିଛି, ଯାହା ଓଡିଶାକୁ ନୌ ପରିବହନ କ୍ଷେତ୍ରରେ ବେଶ୍  ସହାୟକ ହେବ।

ପର୍ଯ୍ୟାବରଣ ଅନୁକୂଳ ଏବଂ ପରିବହନ ସୁଲଭ ସାଧନ ଭାବରେ ଆଭ୍ୟନ୍ତରୀଣ ଜଳପଥକୁ ପ୍ରୋତ୍ସାହିତ କରିବା ପାଇଁ, ଜାତୀୟ ଜଳପଥରେ ଚାଲୁଥିବା ଜାହାଜ ଗୁଡ଼ିକ ଉପରେ ଆଇଡବ୍ଲ୍ୟୁଏଆଇ ଦ୍ୱାରା ଲଗା ଯାଇଥିବା ଜଳପଥ ଉପଯୋଗ ଶୁଳ୍କକୁ ଜୁଲାଇ ୨୦୨୦  ପ୍ରାରମ୍ଭରେ ତିନି ବର୍ଷ ଅବଧି ପାଇଁ ଛାଡ କରି ଦିଆଯାଇଛି।

Related posts