Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗୋପନୀୟତା’, ଦକ୍ଷତା ଏବଂ ସଂଯମତା ହେଉଛି ଜଣେ ପ୍ରଶାସନିକ ଅଧିକାରୀର ଅଳଙ୍କାର: ରାଷ୍ଟ୍ରପତି ମୁର୍ମୁ
ଆଜିର ଖବର

‘ଗୋପନୀୟତା’, ଦକ୍ଷତା ଏବଂ ସଂଯମତା ହେଉଛି ଜଣେ ପ୍ରଶାସନିକ ଅଧିକାରୀର ଅଳଙ୍କାର: ରାଷ୍ଟ୍ରପତି ମୁର୍ମୁ

December 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମସୌରୀର ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ(ଏଲବିଏସଏନ୍‌ଏଏ)ଠାରେ ୯୭ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି।

ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ସେ ସମ୍ବୋଧନ କଲାବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉକ୍ତି ତାଙ୍କ ସ୍ମୃତିପଟଳକୁ ଚାଲି ଆସୁଛି। ଏପ୍ରିଲ ୧୯୪୭ରେ ସର୍ଦ୍ଦାର ପଟେଲ ଏକ ପ୍ରଶିକ୍ଷାର୍ଥୀ ଦଳକୁ ସାକ୍ଷାତ କରିଥିଲେ। ସେତେବେଳେ ସେ କହିଥିଲେ ଯେ “ ଆମେ ନିଶ୍ଚିତଭାବେ ଆଶା କରିବା ଓ ଆମର ଆଶା କରିବାର ମଧ୍ୟ ଅଧିକାର ରହିଛି ଯେ ପ୍ରତ୍ୟେକ ପ୍ରଶାସନିକ ସେବା ଅଧିକାରୀ, ସେ ଯେଉଁ ପଦବୀ ବା ଦାୟିତ୍ୱରେ ଥାଆନ୍ତୁ ନା କାହିଁକି ତାଙ୍କଠାରୁ ସବୁଠାରୁ ଭଲ ଯାହା ତାହା ଆଶା କରିବା।” ଆଜି ଆମେ ଗର୍ବର ସହ କହିପାରିବା ଯେ ପ୍ରଶାସନିକ ଅଧିକାରୀ ମାନେ ସେହି ଆଶା ଉଦ୍‌ଜୀବିତ ରଖିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ମୂଳଦୁଆ ପାଠ୍ୟକ୍ରମର ମୂଳ ମନ୍ତ୍ର ହେଉଛି ‘ଆମେ, ମୁଁ ନୁହେଁ।’ ପାଠ୍ୟକ୍ରମ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଦେଶକୁ ଆଗେଇ ନେବା ପାଇଁ ସମ୍ମିଳିତ ଉଦ୍ୟମ ଓ ଉତ୍ସାହର ସହ ଦାୟିତ୍ୱ କାନ୍ଧେଇବେ ବୋଲି ବିଶ୍ୱାସ ପ୍ରକଟ କରିଥିଲେ।

ସେ କହିଥିଲେ ଯେ ଅନେକ ଆଗାମୀ ଦଶରୁ ପନ୍ଦରବର୍ଷ ପର୍ଯ୍ୟନ୍ତ ଦେଶର ବହୁଳ ଭାଗରେ ପ୍ରଶାସନ ପରିଚାଳନା କରି ଜନସାଧାରଣଙ୍କ ସହ ସଂଯୋଗରେ ରହିବେ। ସେମାନେ ନିଜ ସ୍ୱପ୍ନର ଭାରତକୁ ପୂର୍ଣ୍ଣାଙ୍ଗ ଆକାର ଦେଇପାରିବେ ବୋଲି ସେ କହିଥିଲେ।

ପ୍ରତିଷ୍ଠାନର ଆଦର୍ଶ ଉକ୍ତି “ଶୀଳମ ପରମ ଭୂଷଣମ” ଅର୍ଥାତ୍ ଚରିତ୍ର ହେଉଛି ସର୍ବଶ୍ରେଷ୍ଠ ଗୁଣର ଅବତାରଣା କରି ରାଷ୍ଟ୍ରପତି କହିଥିଲେ ଯେ ଏଲବିଏସଏନ୍‌ଏଏରେ ଦିଆଯାଉଥିବା ତାଲିମ କର୍ମ ଯୋଗ ନୀତି ଉପରେ ଆଧାରିତ ଯେଉଁଠି ଚରିତ୍ର ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ଗୋପନୀୟତା, ଦକ୍ଷତା ଓ ସଂଯମତା ପ୍ରଶାସନିକ ଅଧିକାରୀଙ୍କ ପାଇଁ ଅଳଙ୍କାର ସଦୃଶ। ସମଗ୍ର ଚାକିରିକାଳ ମଧ୍ୟରେ ଏ ସମସ୍ତ ଗୁଣ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବ।

ରାଷ୍ଟ୍ରପତି କହିଥିଲେ ଯେ ଯେଉଁ ଗୁଣ ସବୁ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ତାଲିମ କାଳରେ ଆହରଣ କରିଛନ୍ତି ସେଗୁଡିକ କେବଳ ତାତ୍ୱିକ ପରିସରରେ ମଧ୍ୟରେ ସୀମାବଦ୍ଧ ହୋଇ ରହିବା ଅନୁଚିତ। ଦେଶର ଜନସଧାରଣଙ୍କ ନିମନ୍ତେ କାମ କଲାବେଳେ ସେମାନେ ଅନେକ ଆହ୍ୱାନ ସାମ୍ନା କରିବେ। ସେତେବେଳେ ଏହି ସବୁ ମୂଲ୍ୟବୋଧକୁ ପାଥେୟ କରି ସେମାନେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ  ଏହି କାର୍ଯ୍ୟ କରିବେ। ଭାରତକୁ ଉନ୍ନତି ଓ ବିକାଶ ପଥରେ ଆଗେଇ ନେବା ସହ ଦେଶବାସୀଙ୍କ ଉତ୍‌ଥାନ ପାଇଁ ବାଟ କଡାଇବା ହେଉଛି ସେମାନଙ୍କ ସାମ୍ବିଧାନିକା କର୍ତ୍ତବ୍ୟ ଓ ନୈତିକ ଦାୟିତ୍ୱ।

ରାଷ୍ଟ୍ରପତି କହିଥିଲେ ଯେ ସମାଜର ହିତ ପାଇଁ ଯେକୌଣସି କାର୍ଯ୍ୟ ଏଥିସହ ସଂଶ୍ଳିଷ୍ଠ ସମସ୍ତଙ୍କ ଯୋଗଦାନ ଦ୍ୱାରା ହିଁ ସାର୍ଥକ ହେବ। ଅଧିକାରୀମାନେ ଯେତେବେଳେ ସମାଜର ଅବେହଳିତ ଓ ବଞ୍ଚିତ ଶ୍ରେଣୀଙ୍କୁ ଲକ୍ଷ୍ୟ ରଖି ନିଷ୍ପତ୍ତି ନେବେ, ସେତେବେଳେ ସେମାନେ ନିଶ୍ଚିତ ଭାବେ ନିଜର ଲକ୍ଷ୍ୟ ହାସଲରେ ସଫଳ ହେବେ।

ରାଷ୍ଟ୍ରପତି କହିଥିଲେ ଯେ ଉତ୍ତମ ପ୍ରଶାସନ ହେଉଛି ବର୍ତ୍ତମାନର ଆବଶ୍ୟକତା। ଉତ୍ତମ ପ୍ରଶାସନ ବିନା ଆମର ଅଧିକାଂଶ ସାମାଜିକ ଓ ଆର୍ଥକ ସମସ୍ୟା ସୃଷ୍ଟି ହୋଇଥାଏ। ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବାକୁ ହେଲେ ସାଧାରଣ ଜନତାଙ୍କ ସହ ମିଶିବାକୁ ହେବ । ଜନସାଧାରଣଙ୍କ ସହ ମିଶିବାକୁ ହେଲେ ନମ୍ର ହେବାପାଇଁ ସେ ପରାମର୍ଶ ଦେଇଥିଲେ, ତାହାହେଲେ ଯାଇ ସେମାନେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିପାରିବେ, ସେମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ହିତସାଧନ କରିପାରିବେ ।

ବୈଶ୍ୱିକ ଉତ୍ତପ୍ତିକରଣ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ ଯେ ସାରା ପୃଥିବୀ ଏହା ସହ ସଂଗ୍ରାମ କରୁଛି । ଏହି ସମସ୍ୟାର ସମାଧାନ ନିମନ୍ତେ ଅବିଳମ୍ବେ ଦୃତ ପଦକ୍ଷେପ ନେବାକୁ ହେବ । ଆମ ଭବିଷ୍ୟତକୁ ରକ୍ଷା କରିବା ପାଇଁ ଭାରତ ସରକାର ପରିବେଶ ସୁରକ୍ଷା ପାଇଁ ନେଇଥିବା ପଦକ୍ଷେପ ସମ୍ପୂର୍ଣ୍ଣଭାବେ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିବେଦନ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ୯୭ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମର ଅଧିକାରୀମାନେ ଭାରତ ସ୍ୱାଧୀନତାର ଅମୃତକାଳରେ ପ୍ରଶାସନିକ ସେବାରେ ପ୍ରବେଶ କରୁଛନ୍ତି । ଆଗାମୀ ୨୫ବର୍ଷରେ ସେମାନେ ନୀତି ନିର୍ଦ୍ଧାରଣ ଓ ଏହାକୁ ଦେଶର ସାମଗ୍ରୀକ ବିକାଶ ପାଇଁ ତ୍ୱରାନ୍ୱିତ କରିବେ ।

ଆଜିଠାରୁ ଏକାଡେମୀରେ ଉଦ୍‌ଘାଟିତ ସେବାର ପଦଯାତ୍ରାକୁ ନେଇ ସେ କହିଥିଲେ ଯେ ପ୍ରତିବର୍ଷ ତାଲିମ ପ୍ରାପ୍ତ ଅଧିକାରୀମାନେ ଧାର୍ଯ୍ୟ କରିଥିବା ଦେଶ ଗଠନର ଲକ୍ଷ୍ୟଗୁଡିକ ଏକ ଟାଇମ୍ କ୍ୟାପସୁଲରେ ରହିବ । ଅଧିକାରୀମାନେ ସବୁବେଳେ ନିଜର ଲକ୍ଷ୍ୟକୁ ମନେ ରଖି ଉତ୍ସର୍ଗ୍ରୀ ଭାବାପନ୍ନ ହୋଇ ତାଙ୍କୁ ହାସଲ କରିବେ । ୨୦୪୭ରେ ଯେତେବେଳେ ସେମାନେ ଟାଇମ୍ କ୍ୟାପସୁଲ ଖୋଲିବେ, ସେତେବେଳେ ସେମାନେ ନିଜର ଲକ୍ଷ୍ୟ ହାସଲ ନେଇ ଗର୍ବିତ ଓ ସନ୍ତୋଷ ଲାଭ କରିବେ ବୋଲି ରାଷ୍ଟ୍ରପତି କହିଥିଲେ ।

ଦେଶରେ ସମର୍ଥ ପ୍ରଶାସନିକ ଅଧିକାରୀ ଗଢି ତୋଳିବା ଯୋଗୁଁ ରାଷ୍ଟ୍ରପତି ଏଲବିଏସଏନ୍‌ଏଏର ପୂର୍ବତନ  ଓ ବର୍ତ୍ତମାନର କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ । ଆଜି ଉଦ୍‌ଘାଟିତ ନୂତନ ଛାତ୍ରାବାସ ଓ ମେସ,ଏରିନା ପୋଲୋ ପଡିଆ ତାଲିମ ଦେଉଥିବା ଅଧିକାରୀଙ୍କ ନିମନ୍ତେ ଲାଭଦାୟକ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ହିମାଳୟ ପର୍ବତମାଳା ଓ ଉତ୍ତର-ପୂର୍ବ ଆଉଟଡୋର ଲର୍ଣ୍ଣ ଏରିନା ନିର୍ମାଣ ହେଲେ ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀ ମାନଙ୍କ ହିମାଳୟ ଓ ଭାରତର ଉତ୍ତରପୂର୍ବ ସଂକ୍ରାନ୍ତ ଜ୍ଞାନ ବୃଦ୍ଧି କରିବ ବୋଲି ସେ କହିଥିଲେ।

ରାଷ୍ଟ୍ରପତି ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.