ପୁରୁଣା ଭୁବନେଶ୍ବରର ପ୍ରତିଷ୍ଠିତ ବ୍ୟକ୍ତି ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ

Published: Dec 11, 2022, 9:44 pm IST
Prasant Mohapatra

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱରରେ ବିଶିଷ୍ଟ ସମାଜସେବୀ, ରାଜନେତା ତଥା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ର ଆଉ ଇହ ଜଗତରେ ନାହାନ୍ତି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା।

ସ୍ବର୍ଗତ ମହାପାତ୍ର ବିଜୁବାବୁଙ୍କର ଥିଲେ ଅନ୍ୟତମ ପଟ୍ଟଶିଷ୍ୟ। ଏକଦା ବିଜୁବାବୁ ତାଙ୍କୁ ‘ପୁଅ’ ବୋଲି ସମ୍ବୋଧନ କରୁଥିଲେ। ସେତେବେଳେ ବିଜୁବାବୁ ତାଙ୍କୁ ଏକ ନିଗମରେ ଅଧ୍ୟକ୍ଷ ବି କରିଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ସେ ପ୍ରତ୍ୟେକ୍ଷ ରାଜନୀତି ନ କରି ସମାଜ ସେବା ଓ ବ୍ୟବସାୟ ଉପରେ ନିମଗ୍ନ ଥିଲେ।

ହେଲେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସହଧର୍ମିଣୀ ରଶ୍ମୀ ମହାପାତ୍ର ରାଜନୀତିରେ ସକ୍ରିୟ ଅଛନ୍ତି। ରବିବାର ପ୍ରଶାନ୍ତ ବାବୁଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ତାଙ୍କ କୋଟୀତୀର୍ଥ ଲେନରେ ଥିବା ବାସ ଭବନରେ ବହୁ ବିଶିଷ୍ଟ ଲୋକ ଲୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ ଏବଂ ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ ବି କରିଥିଲେ।

Related posts