Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ରେଳ ଷ୍ଟେସନର ପ୍ରମୁଖ ଭିତ୍ତିଭୂମି କାର୍ଯ୍ୟ ପାଇଁ ଆରମ୍ଭ ହେଲା ଅସ୍ଥାୟୀ କ୍ୟାମ୍ପ ଅଫିସ୍
ଆଜିର ଖବର

ଭୁବନେଶ୍ବର ରେଳ ଷ୍ଟେସନର ପ୍ରମୁଖ ଭିତ୍ତିଭୂମି କାର୍ଯ୍ୟ ପାଇଁ ଆରମ୍ଭ ହେଲା ଅସ୍ଥାୟୀ କ୍ୟାମ୍ପ ଅଫିସ୍

December 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି। ଏହା ଏକ ସାର୍ବଜନୀନ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିଜେ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରୁଛନ୍ତି ଏବଂ ବିଶ୍ୱ ସ୍ତରର ଭିତ୍ତିଭୂମି ସହିତ ଯାତ୍ରୀ ଅନୁକୂଳ ସୁବିଧା ସହିତ ଏହି ପ୍ରକଳ୍ପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।  ସଠିକ୍ ସମନ୍ୱୟ ସହିତ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସବିଶେଷ ଏବଂ ସଠିକ୍ ଯୋଜନା ପ୍ରତି ଗୁରୁତ୍ୱାରୋପ ଦେବାପାଇଁ ଶ୍ରୀ ସୁନକର ମଧ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି।

ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା କରାଯାଇଅଛି।  ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହିତ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂ ରୁମ୍, ଏୟାର କନ୍ସୋର୍ସ, ପ୍ଲାଟଫର୍ମ ଏବଂ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍ ଏବଂ ସପିଂ କ୍ଷେତ୍ର ଏବଂ ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ, ସବୁ ପ୍ଲାଟଫର୍ମକୁ ଯୋଡିବା ପାଇଁ ଫୁଟ ଓଭର ବ୍ରିଜ ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକୀୟ ଯାତ୍ରୀ ପରିସେବାକୁ ପ୍ରାଥମିକତା ଦିଆଯାଉଅଛି। ଏହା ସହିତ ସୁସଜ୍ଜିତ ସେବା ରାସ୍ତା, ଯାନ ପାର୍କିଂ, ଡ୍ରେନ୍, ସାଇନେଜ୍ ଏବଂ ଡିଭାଇଡରର ବ୍ୟବସ୍ଥା ରହିବ। ନୂତନ ବିଲ୍ଡିଂରେ ସୁସଜ୍ଜିତ ସର୍କୁଲାର କ୍ଷେତ୍ର ବ୍ୟତୀତ ଉଚ୍ଚ ମାନକ ଡର୍ମିଟୋରି ଏବଂ ରିଟାୟାରିଙ୍ଗ ରୁମ ରହିବ।

ଏହି ବିକାଶ କାର୍ଯ୍ୟରେ ରେଳ ଅଂଶ କାମ ରେଳବାଇ ନିଜେ କରିବ। ଏହି କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟ ୩୦୮ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପକୁ ପୂର୍ବତଟ ରେଳପଥ ନିର୍ମାଣ ବିଭାଗକୁ କାର୍ଯ୍ଯ ସମ୍ପାଦନ ପାଇଁ ନିଯୋଜିତ କରାଯାଇଅଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇସାରିଛି ଏବଂ କାର୍ଯ୍ଯ ସଂସ୍ଥା ନିଯୋଜିତ ହୋଇ ସାରିଛି। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ ଧାର୍ଯ୍ୟ କରାଯାଇଅଛି। ଓଡିଶାର ଚାଲିଥିବା ସମସ୍ତ ରେଳ ପ୍ରକଳ୍ପରେ ଜାତୀୟ ଗୁରୁତ୍ୱ ରହିଛି। ରେଳବାଇ ପ୍ରକଳ୍ପଗୁଡିକ ପାଇଁ ସମସ୍ତ ପ୍ରକାର ତଥ୍ୟ /ନିବେଶ ଆଦେଶ ଦିଆଯାଇଅଛି।

ପୂର୍ବତଟ ରେଳପଥ ଭୁବନେଶ୍ୱର ରୂପ ନାରାୟଣ ସୁନକର ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.