ହମ୍ପସ୍ ରେ ପିଟି ହୋଇ ଯୁବକ ମୃତ, ହମ୍ପସ୍ ତିଆରି କରିଥିବା ବ୍ୟକ୍ତିଙ୍କ ନାମରେ ମାମଲା

Published: Dec 13, 2022, 10:23 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଈ ଗ୍ରାମରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବରରୁ ପ୍ରକାଶ ଯେ, ଆଜି ମେଘପାଳ ପଞ୍ଚାୟତ ତାମ୍ପରସିଂହା ଗ୍ରାମର ଲାଲମୋହନ ପୋଢ଼ ( ୩୬)ବର୍ଷ କୌଣସି କାମରେ କିସିଣ୍ଡା ଗ୍ରାମକୁ ଆସୁଥିବା ବେଳେ ହୀରାଲୋଇ ଗ୍ରାମପାଖରେ ଥିବା ହମ୍ପସ୍ ରେ ପିଟି ହୋଇ ପଡିଯାଇଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ରେଢ଼ାଖୋଲ ଡାକ୍ତରଖାନା କୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବେଆଇନ ଭାବେ ଅରୁଣ ଜାଲ ଜୈନିକ ବ୍ୟକ୍ତି ରାସ୍ତାରେ ହମ୍ପସ ନିର୍ମାଣ କରିଥିବାରୁ ଜନସାଧାରଣ ବିରୋଧ କରି ଦୁଇ ଘଣ୍ଟା ରାସ୍ତା ରୋକ କରିଥିଲେ। କିସିଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନ କାରୀଙ୍କ ସଙ୍ଗେ ଆଲୋଚନା କରିବା ପରେ ରାସ୍ତାରୁ ହଟିଥିଲେ।

ପୋଲିସ ୧୧୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବାବେଳେ ବେଆଇନ ଭାବେ ହମ୍ପସ ନିର୍ମାଣ କରିଥିବାରୁ ଅରୁଣ ଜାଲ ନାମରେ ୨୭୧,୩୦୪(ଏ)ଆଇପିସି ଧାରାରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

Related posts