Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ସିଟିଭିଏସ୍ ଟିମ୍ ଦ୍ୱାରା ଜଟିଳ ହୃଦ ଅସ୍ତ୍ରୋପଚାର ସମ୍ପାଦିତ
ଆଜିର ଖବର

ସମ୍ ସିଟିଭିଏସ୍ ଟିମ୍ ଦ୍ୱାରା ଜଟିଳ ହୃଦ ଅସ୍ତ୍ରୋପଚାର ସମ୍ପାଦିତ

December 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଟିମ୍ ଦ୍ୱାରା ଜୀବନ ପ୍ରତି ବିପଦ ଥିବା ଦୁଇ ଜଣ ରୋଗୀଙ୍କର ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି।

ଏହି ଜୀବନ ପ୍ରତି ବିପଦ ଥିବା ଭଳି ବ୍ୟାଧିରେ ମୃତ୍ୟୁ ହାର ଖୁବ୍ ଅଧିକ। ତେଣୁ ଏଭଳି ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିବାରୁ ବିଳମ୍ବ ହେତୁ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ବୁଧବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ସୂଚନା ଦେଇଛନ୍ତି।

ଆଓର୍ଟିକ୍ ରୁଟ ରିପ୍ଲେସମେଂଟ ଓ ଆର୍ଚ୍ଚ ରିପ୍ଲେସ୍‌ମେଂଟ ଭଳି ଜଟିଳ ହୃଦ ଅସ୍ତ୍ରୋପଚାର ଭାରତର ମାତ୍ର ଅଳ୍ପ କେତୋଟି ସ୍ୱାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଥିବା ବେଳେ ଏହା ଏବେ ସମ୍ ହସ୍ପିଟାଲ୍‌ରେ ମଧ୍ୟ କରାଯାଉଛି ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦେବଗଡ ଜିଲ୍ଲାର ୨୬ ବର୍ଷିୟ ଯୁବକ ଅନାଦି ଚରଣ ସାହୁଙ୍କ ଶରୀରରେ କରାଯାଇଥିଲା। ୧୫ ଘଂଟାର ଏହି ଅସ୍ତ୍ରୋପଚାରରେ ଆଓର୍ଟିକ୍ ରୁଟ୍ ରିପ୍ଲେସ୍‌ମେଂଟ ଏବଂ ଆର୍ଚ୍ଚ ରିପ୍ଲେସ୍‌ମେଂଟ କରାଯାଇଥିଲା।

ରୋଗୀ ଜଣକ ଶରୀରରେ ମାରଫାନ୍ ସିଣ୍ଡ୍ରୋମ୍ ଭଳି ବଂଶଗତ ତୃଟି ଦେଖାଦେଇଥିଲା ଯେଉଁ କାରଣରୁ ତାଙ୍କ ଶରୀରରେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିଲା। ଏହି ରୋଗରେ ମୃତ୍ୟୁ ହେବାର ଖୁବ୍ ଅଧିକ ବୋଲି ସେ କହିବା ସହ ତାଙ୍କ ଟିମ୍ ଦ୍ୱାରା ଦ୍ୱିତୀୟ ରୋଗୀଙ୍କର ମଧ୍ୟ ସଫଳ ଅସ୍ତ୍ରୋପଚାର ହୋଇପାରିଛି ବୋଲି ସେ କହିଛନ୍ତି।

ସେହିପରି ତାଳଚେର ଅଂଚଳର ୨୨ ବର୍ଷିୟ ବିଶ୍ୱଜିତ୍ ବେହେରା ମଧ୍ୟ ସମାନ୍ ବ୍ୟାଧିରେ ପୀଡ଼ିତ ଥିଲେ ଏବଂ ୮ ଘଂଟାର ଅସ୍ତ୍ରୋପଚାର ପରେ ସେ ସୁସ୍ଥତା ଲାଭ କରିଛନ୍ତି।

ଏହା ଏକ ଜଟିଳ ବ୍ୟାଧି କାରଣ ଏହା ଦ୍ୱାରା କେବଳ ହୃଦ ରୋଗ ନୁହେଁ ଶରୀରର ଅନ୍ୟାନ୍ୟ ଅଂଗ ଯେପରିକି ମସ୍ତିଷ୍କ ଓ କିଡ୍‌ନୀ କୁ ରକ୍ତ ପ୍ରବାହକୁ ବ୍ୟାହତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି। ଏହି ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ଛାତି, ଅଂଟା, ତଳିପେଟରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ଏବଂ ଛାତି ଧଡ଼ଧଡ଼ ହେବା ଭଳି ସମସ୍ୟା ଦେଖାଦିଏ ବୋଲି ସେ କହିଛନ୍ତି।

ଏହି ଦୁଇଟି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ସାହୁଙ୍କ ସମେତ କାର୍ଡିଆକ୍ ଆନେସ୍‌ଥେସିଆ ବିଭାଗର କନ୍‌ସଲଟାଂଟ ଡାକ୍ତର ସୁଶାନ୍ତ କୁମାର ଭୋଇ ଓ କାର୍ଡି÷ଆକ୍ କନ୍‌ସଲଟାଂଟ ଡାକ୍ତର ମାନଭଞ୍ଜନ ଜେନା କହିଥିଲେ।

ଡାକ୍ତର ଭୋଇ କହିଛନ୍ତି ଯେ ଦୁଇଟି ଅସ୍ତ୍ରୋପଚାର ଖୁବ୍ ବିପଦ ସଂକୁଳ ଥିଲା କିନ୍ତୁ ଆମେ ସଫଳତାର ସହ ଏହା ସମ୍ପାଦିତ କରିପାରିଛୁ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଦୁଇ ଜଣ ରୋଗୀଙ୍କର ଅସ୍ତ୍ରୋପଚାର ଓ ଚିକିତ୍ସା ବିନା ମୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଛି ଓ ଏହି ପ୍ରକାର ଚିକିତ୍ସା ନିମନ୍ତେ ଏହି ସୁବିଧା ଉପଲବ୍ଧ ଅଟେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଦୁଇ ଜଣ ରୋଗୀ ଅନାଦି ଚରଣ ସାହୁ ଓ ବିଶ୍ୱଜିତ ବେହେରା କହିଥିଲେ ଅସ୍ତ୍ରୋପଚାର ପରେ ସେମାନେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛନ୍ତି। “ମୁଁ ଯେତେବେଳେ ହସ୍ପିଟାଲ୍‌କୁ ଆସିଲି ସେତେବେଳେ କଥା କହିପାରୁ ନଥିଲି ଏବଂ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲି। ବର୍ତ୍ତମାନ ମୁଁ ଖୁବ୍ ସୁସ୍ଥ ଅନୁଭବ କରୁଛି” ବୋଲି ଅନାଦି ଚରଣ ସାହୁ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସାମନ୍ତସିଂହାର, ଡାକ୍ତର ସାହୁ, ଡାକ୍ତର ଭୋଇ, ଡାକ୍ତର ଜେନାଙ୍କ ସମେତ ବିଏସ୍‌କେୱାଇର କର୍ପୋରେଟ ମୁଖ୍ୟ ଡାକ୍ତର ମାଗୁଣି ବେହେରା ଉପସ୍ଥିତ ଥିଲେ।

ଓଡିଶା ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026
Latest News

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.