Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ରେ “ମିଶନ ଜୀବିକା” କାର୍ଯ୍ୟକ୍ରମ: ଆଦିବାସୀ ପରିବାରଙ୍କୁ ଜୀବିକାର ସୁଯୋଗ ସହ ଅଧିକ ଆୟ
ଆଜିର ଖବର

ସୁନ୍ଦରଗଡ଼ରେ “ମିଶନ ଜୀବିକା” କାର୍ଯ୍ୟକ୍ରମ: ଆଦିବାସୀ ପରିବାରଙ୍କୁ ଜୀବିକାର ସୁଯୋଗ ସହ ଅଧିକ ଆୟ

December 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି “ମିଶନ ଜୀବିକା” କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଭଳି ଅର୍ଥକାରୀ ଚାଷ କରି ଆଦିବାସୀ ପରିବାର ବିଶେଷ ଲାଭବାନ ହୋଇପାରୁଛନ୍ତି।
“ମିଶନ ଜୀବିକା” ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ଥିବା ୧୩ଟି ଗାଁରେ ଚିନାବାଦାମ ଚାଷ କରାଯାଉଛି। ୬ ଶହରୁ ଅଧିକ ଏକର ଜମିରେ ମୋଟ ୮୫୨ ଜଣ ଆଦିବାସୀ ଶ୍ରେଣୀର ଚାଷୀ ଏହି ଚାଷ କରୁଛନ୍ତି । ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ହିତାଧିକାରୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

“ଆଇଟିଡିଏ, ସୁନ୍ଦରଗଡ଼ ପକ୍ଷରୁ “ମିଶନ ଜୀବିକା” ଅଧୀନରେ ଚିନାବାଦାମ ସହିତ ୧୩ଟି ଶସ୍ୟ ଓ ବିଭିନ୍ନ ପନିପରିବା ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ ବିଭିନ୍ନ ଇନପୁଟ୍ ସହାୟତା ପ୍ରଦାନ କରାଯାଉଛି। ଫଳରେ ଚାଷୀମାନେ ଚିନାବାଦାମ ଚାଷରୁ ଅଧିକ ଲାଭ ପାଇପାରୁଛନ୍ତି। ଏହାଦ୍ୱାରା ଆଦିବାସୀ ପରିବାରମାନେ ଆର୍ଥିକ ସ୍ତରରେ ଅଧିକ ସଶକ୍ତ ହୋଇପାରୁଛନ୍ତି”, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ।

ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନଠାରୁ ଆରମ୍ଭ କରି ଜୈବିକ ସାର ଓ କୀଟନାଶକ ଆଦି ଯୋଗାଇ ଦିଆଯାଉଛି। ଚାଷ ସମୟରେ ଆଇଟିଡିଏର ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରୋଗପୋକ ପରିଚାଳନା ଲାଗି ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଛନ୍ତି।

ଚିନାବାଦାମ ଅମଳ ହେବା ପରେ ଚାଷୀମାନେ ତାହାକୁ ପାଖ ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି। ସେହିପରି କୃଷକ ଉତ୍ପାଦକ ଗୋଷ୍ଠୀ ବା ଏଫପିଓ ଜରିଆରେ ଚାଷୀଙ୍କଠାରୁ ଚିନାବାଦାମ କିଣାଯିବାର ମଧ୍ୟ ବ୍ୟବସ୍ଥା କରିଛି ଆଇଟିଡିଏ।

“ତିନିବର୍ଷ ହେଲା ମୁଁ ବାଦାମ ଚାଷ କରିଆସୁଛି। ଏବର୍ଷ ଦେଢ଼ ଏକର ଚାଷଜମିରେ ବାଦାମ ଚାଷ କରିଥିଲି। ଭଲ ଅମଳ ହେଇଛି। ଆଇଟିଡିଏ ପକ୍ଷରୁ ବାଦାମ ବିକ୍ରି ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। ଏହି ଚାଷରୁ ଭଲ ରୋଜଗାର ହେବା ଯୋଗୁଁ ଘର ମଧ୍ୟ ଭଲରେ ଚଳୁଛି”, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଜଣେ ମହିଳା ଚାଷୀ ଜୋହାନୀ ମହାନନ୍ଦ।

ପୂର୍ବରୁ ରାଜଗାଙ୍ଗପୁର ଓ କୁତ୍ରା ଅଂଚଳର ଚାଷୀମାନେ କେବଳ ପାରମ୍ପରିକ ଧାନ ଓ ରାଶି ଚାଷ କରୁଥିଲେ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ଚିନାବାଦାମ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଫଳରେ ୩ ବର୍ଷ ହେଲା ଏଠିକାର ଚାଷୀ ଚିନାବାଦାମ ଚାଷ କରିଆସୁଛନ୍ତି। କମ୍ ପାଣିରେ ଚିନାବାଦାମ ଭଲ ଅମଳ ହେବା ସହ ଏଥିରୁ ଅଧିକ ଲାଭ ମଧ୍ୟ ମିଳିପାରୁଛି।

“ଆଗରୁ ଆମେ ଧାନଚାଷ କରୁଥିଲୁ। ସେଥିରେ ଲାଭ ଟିକେ କମ୍ ହେଉଥିଲା। ବର୍ଷେ ହେଲା ଚିନାବାଦାମ ଚାଷ କରୁଛୁ। ଏଥିପାଇଁ ଆଇଟିଡିଏ ସୁନ୍ଦରଗଡ଼ ବିହନଠାରୁ ଆରମ୍ଭକରି ଖତସାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେଉଛି । ଆମେ ଏହି ଚାଷ କରି ଏବେ ଭଲ ଦି\’ ପଇସା ପାଇପାରୁଛୁ। ଘରକାମ, ପିଲାଛୁଆଙ୍କ ପାଠା ଖର୍ଚ୍ଚ ତୁଲେଇ ଆଉ କିଛି ବ୍ୟାଙ୍କରେ ମଧ୍ୟ ସଂଚୟ କରି ରଖିପାରୁଛୁ”, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଯୁବ ଚାଷୀ ଅରବିନ୍ଦ ମିଞ୍ଜ।

Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି

March 1, 2026

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026
Latest News

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି

March 1, 2026

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.