Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସିରିଜ ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ ସଂଶୋଧନକୁ ବିଜ୍ଞପିତ କରିବା ଲାଗି ବିଜ୍ଞପ୍ତି ଜାରି
ଆଜିର ଖବର

ଭାରତ ସିରିଜ ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ ସଂଶୋଧନକୁ ବିଜ୍ଞପିତ କରିବା ଲାଗି ବିଜ୍ଞପ୍ତି ଜାରି

December 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଭାରତ (ବିଏଚ) ସିରିଜର ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ ସଂଶୋଧନକୁ ବିଜ୍ଞପିତ କରିବା ଲାଗି ୧୪ ଡିସେମ୍ବର ୨୦୨୨ରେ. ଏକ ବିଜ୍ଞପ୍ତି ଜି.ଏସ.ଆର. ୮୭୯ (ଇ) ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜି.ଏସ.ଆର. ୫୯୪(ଇ), ତାରିଖ ୨୬ ଅଗଷ୍ଟ ୨୦୨୧ ଜରିଆରେ ବିଏଚ ସିରିଜ ଚିହ୍ନକୁ ପ୍ରଚଳନ କରାଯାଇଥିଲା। ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବା ସମୟରେ ବିଏଚ ସିରିଜ ଇକୋସିଷ୍ଟମକୁ ମଜବୁତ କରିବା ଲାଗି ଅନେକ ପରାମର୍ଶ ଓ ପ୍ରସ୍ତାବ ମିଳିଥିଲା।

ବିଏଚ ସିରିଜ କାର୍ଯ୍ୟକାରିତାର ପରିଧିକୁ ଆହୁରି ବଢ଼ାଇବା ଏବଂ ସେଥିରେ ସୁଧାର ଆଣିବାର ପ୍ରୟାସ କ୍ରମେ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ପାଇଁ ପ୍ରସ୍ତାବ ଦିଆଯାଇଛି ଯାହାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା:

୧- ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ଥିବା ଗାଡ଼ିର ମାଲିକାନା ଅନ୍ୟମାନଙ୍କୁ ହସ୍ତାନ୍ତର କରାଯାଇପାରିବ । ବିଏଚ ସିରିଜ ପାଇଁ ଯୋଗ୍ୟ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କୁ ମାଲିକାନା ସ୍ଥାନାନ୍ତର ପାଇଁ ସୁବିଧା ଦିଆଯାଇଛି।

୨- ଯେଉଁସବୁ ଗାଡ଼ିରେ ଏବେ ସାଧାରଣ ପଞ୍ଜୀକରଣ ଚିହ୍ନ ରହିଛି, ସେସବୁ ଗାଡ଼ିକୁ ମଧ୍ୟ ବିଏଚ ସିରିଜ ପଞ୍ଜୀକରଣ ଚିହ୍ନରେ ପରିବର୍ତ୍ତନ କରାଯାଇପାରିବ। ଏଥିପାଇଁ ଆବଶ୍ୟକ ଟିକସ ପଇଠ କରିବାକୁ ହେବ, ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତି ବିଏଚ ପଞ୍ଜୀକରଣ ଚିହ୍ନ ପାଇବା ଲାଗି ଯୋଗ୍ୟ ହୋଇପାରିବେ।

୩- ଲୋକମାନଙ୍କୁ ସହଜ ଜୀବନ ଅନୁଭୂତି ପ୍ରଦାନ କରିବା ଲାଗି ନିୟମ ୪୮ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାଫଳରେ ଲୋକମାନଙ୍କୁ ନିଜର ବାସସ୍ଥାନ କିମ୍ବା କାର୍ଯ୍ୟସ୍ଥଳୀରେ ବିଏଚ ସିରିଜ ପାଇଁ ଆବେଦନ ଦେବାର ସୁବିଧା ମିଳିପାରିବ।

୪- ଦୁରୂପଯୋଗର ନିରାକରଣକୁ ଆହୁରି ମଜବୁତ କରିବା ଲାଗି ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ-ପ୍ରମାଣପତ୍ର ଦେବାକୁ ହେବ।

୫- ନିଜ ଶାସକୀୟ ପରିଚୟପତ୍ର ବ୍ୟତୀତ ସରକାରୀ କର୍ମଚାରୀ ଏବେ ନିଜ ସେବା ପ୍ରମାଣପତ୍ର ଆଧାରରେ ମଧ୍ୟ ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ପାଇପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.