ତିନିମାସ ଧରି ବିଦେଶରେ ସତସଙ୍ଗ ପରେ ଓଡିଶା ଫେରିଲେ ରାସେଶ୍ୱରୀ ଦେବିଜୀ

Published: Dec 19, 2022, 11:10 am IST

ଭୁବନେଶ୍ୱର: ତିନିମାସ ଧରି ବ୍ରିଟେନ ଓ ଜର୍ମାନ ଦେଶର ପ୍ରବାସୀ ଭାରତୀୟଙ୍କୁ ସତ୍‌ସଙ୍ଗ ପ୍ରଦାନ କରି ଓଡିଶା ପ୍ରତ୍ୟାବର୍ତନ କରିଛନ୍ତି ରାସେଶ୍ୱରୀ ଦେବିଜୀ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରବାସୀ ଭାରତୀୟମାନଙ୍କ ସହ ବିଦେଶୀମାନେ ମଧ୍ୟ ସନାତନ ଧର୍ମକୁ ଆପଣାଉଛନ୍ତି ବୋଲି ସେ କହିଥିଲେ।

ବିଦେଶୀମାନେ ଆମର ସଂସ୍କୃତି, ପରପଂରାକୁ ବହୁତ ପସନ୍ଦ କରିବା ସହିତ ବିଶେଷ ଭାବେ ଆମ ପୁରାଣ, ଭାଗବତ, ଗୀତା, ସଂକୀର୍ତନ ପ୍ରସଙ୍ଗରେ ଜାଣିବା ପାଇଁ ବହୁ ଉତ୍ସାହ ଏବଂ ଇଚ୍ଛା ପ୍ରକାଶ କରୁଛନ୍ତି। ବିଦେଶୀମାନେ ନିଜ ବ୍ୟସ୍ତ ବହୁଳ ଜୀବନ ଭିତରେ ମଧ୍ୟ ସେମାନେ ହିନ୍ଦୁ ରୀତି ଓ ପରପଂରା ଏବଂ ସନାତନ ଧର୍ମ ସଂପର୍କରେ ଅବଗତ ହେବା ପାଇଁ ଇଚ୍ଛା ମଧ୍ୟ ପ୍ରକାଶ କରୁଛନ୍ତି।

ଓଡ଼ିଶା ମୋର କର୍ମଭୂମି। ମୁଁ ଓଡ଼ିଶାରୁ ସବୁକିଛି ପାଇଛି। ଜଗନ୍ନାଥ ମୋର ଇଷ୍ଟ ଦେବତା। ଓଡ଼ିଶାରେ ମୁଁ ମୋର ପ୍ରଥମ ପ୍ରବଚନ ଆରମ୍ଭ କରିଥିଲି। ଯେତେବେଳେ ମୁଁ ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତି କଥା କହିବାକୁ ଆରମ୍ଭ କଲି ବିଦେଶରେ ଲୋକଙ୍କ ଉତ୍ସୁକତା ଦୁଇଗୁଣିତ ହୋଇଗଲା। ଏହା ଅତ୍ୟନ୍ତ ଖୁସିର ମୂହୁର୍ତ ଥିଲା। ବିଶ୍ୱବାସୀଙ୍କୁ ସନାତନ ଧର୍ମ ବିଷୟରେ ଅବଗତ କରାଇବା ପାଇଁ ମୋର ପ୍ରୟାସ ଜାରୀ ରହିବ ବୋଲି ପୂଜନୀୟା ରାସେଶ୍ୱରୀ ଦେବିଜୀ କହିଛନ୍ତି।

Related posts